Home ଓଡ଼ିଶା ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

82

ନୂଆଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) : ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୯୧.୪୬% ରହିଛି।
ଗତବର୍ଷ ପାସ୍ ହାର ୯୧.୧୦ ରହିଥିଲା।
କିନ୍ତୁ ଚଳିତ ବର୍ଷ ରେଜଲ୍ଟ ୦.୩୬% ବୃଦ୍ଧି ଘଟିଛି।
ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍‌ ହାର ଅଧିକ।
ଛାତ୍ରଙ୍କ ପାସ ହାର ୯୦.୧୪% ଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୩୧%। ତୃତୀୟ ଲିଙ୍ଗଙ୍କ ପାସ୍‌ହାର ୭୮.୯୫% ରହିଛି।
ଭୁବନେଶ୍ୱରରେ ରିଜନ୍‌ରେ ପାସ୍‌ ହାର ୯୩.୨୦%।
ପ୍ରଥମ ସ୍ଥାନରେ ତ୍ରିଭେନ୍ଦ୍ରମ ଏବଂ ପାସ୍‌ ହାର ୯୯.୨୮% ରହିଛି।
ସିବିଏସଇ ଦ୍ୱାଦଶ ପରୀକ୍ଷାରେ ବି ତ୍ରିଭେନ୍ଦ୍ରମରେ ସର୍ବାଧିକ ପିଲା ପାସ କରିଥିଲେ।
ଚେନ୍ନାଇ ରିଜନରେ ପାସ୍‌ ହାର ୯୮.୯୫% ସହିତ ଦ୍ୱିତୀୟ ସ୍ଥାନରେ।
ତୃତୀୟ ସ୍ଥାନରେ ବେଙ୍ଗାଲୁରୁ ପାସ୍‌ ହାର ୯୮.୨୩%।

ଏହି ପରି ରେଜଲ୍ଟ ଚେକ୍ କରନ୍ତୁ।

ଷ୍ଟେପ୍ ୧ : ଅଫିସିଆଲ୍ ୱେବସାଇଟ୍ cbse.nic.in କିମ୍ବା cbseresults.nic.in କୁ ଯାଆନ୍ତୁ।

ଷ୍ଟେପ୍ ୨: ୱେବସାଇଟର ମୂଳପୃଷ୍ଠାରେ ଦିଆଯାଇଥିବା ଫଳାଫଳର ଲିଙ୍କରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୩: ଏଠାରେ ଏକ ନୂତନ ପୃଷ୍ଠା ଖୋଲିବ ଏବଂ ଆପଣଙ୍କର ରୋଲ୍ ନମ୍ବର ଲେଖିବେ।

ଷ୍ଟେପ୍ ୪: ଆପଣଙ୍କର ଫଳାଫଳ ସ୍କ୍ରିନ୍‌ରେ ଦେଖାଯିବ।

ଷ୍ଟେପ୍ ୫: ଫଳାଫଳ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପ୍ରିଣ୍ଟ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.