Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍‌ସ ଲାକେଡମୀ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍‌ସ ଲାକେଡମୀ ଓ ବିଜୟଭାନୁ ରେଡ ବିଜୟୀ

27

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟର ଦୁଇ ଦିନ ହୋଲି ବିରତି ପରେ ଆଜି ପୁଣି ଲିଗ୍ ପର୍ଯ୍ୟାୟର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗୋଟିଏ ମ୍ୟାଚରେ ବିଜୟଭାନୁ ରେଡ ବିଜୟୀ ହୋଇଥିବା ବେଳେ ଅନ୍ୟ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଏକାଡେମୀ ବିଜୟୀ ହୋଇଛି । ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍‌ସ ଏକାଡେମୀ ଓ ଗାନ୍ଧୀ କ୍ଳବ ମଧ୍ୟରେ ଖେଳା ଯାଇଥିଲା । ରେଲୱେ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୪. ଓଭରରେ ୩୧୨ ରନ କରି ସବୁ ଖେଳାଳୀ ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ ନୀହାର ରଞ୍ଜନ ଭୁୟାଁ ୮୪, ହର୍ଷିତ ରାଠୋଡ ୭୯ ଓ ଜ୍ୟୋତିରଂଜନ ମହାରଣା ୫୭ରନ କରିଥିଲେ । ଗାନ୍ଧୀ କ୍ଳବ ପକ୍ଷରୁ ନିର୍ଣ୍ଣେକ ଘୋଷ ୩ଟି, ମାନସ ସାହୁ ୩ଟି ଓ ଅନନ୍ତ ନାୟକ ୨ଟି ଉଇକେଟ ନେଇଥିଲେ । ପର ବ୍ୟାଟିଂ କରି ଗାନ୍ଧୀ କ୍ଲବ ୨୪.୨ ଓଭରରେ ୧୧୩ ରନ କରି ଅଲ୍ ଆଉଟ ହୋଇଥିଲେ । ଦଳ ୨୦୦ ରନରେ ପରାଜିତ ହୋଇଥିଲା । ଦଳ ପକ୍ଷରୁ ଗଣେଶ ସାହୁ ଲଢୁଆ ୪୮ ରନ କରିଥିଲେ ।

ରେଲୱେ ଏକାଡେମୀ ପକ୍ଷରୁ ମୃଣ୍ମୟ ତ୍ରିପାଠୀ ୫ଟି, ହରେକୃଷ୍ଣ ବାରିକ ୩ଟି ଓ ଆଶୁତୋଷ ସାମଲ ଗୋଟିଏ ଉଇକେଟ ନେଇଥିଲେ । ଏହି ମ୍ୟାଚରେ ମୃଣ୍ମୟ ତ୍ରିପାଠୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚକୁ ଲଲାଟକେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ସେହିଭଳି ଭାବେ ଆଉ ଏକ ମ୍ୟାଚ ଚରମ୍ପା ରେଲୱେ ପଡ଼ିଆରେ ଖେଳା ଯାଇଥିଲା । ଏହି ମ୍ୟାଚ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ରେଡ ଓ ୟୁନାଇଟେଡ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା । ବିଜୟଭାନୁ ରେଡ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୨୩ ରନ କରିଥିଲା । ଦଳର ଆକାଶ ମହାପାତ୍ର ୧୨୬ରନ କରିଥିବା ବେଳେ ପାର୍ଥ ସାରଥୀ ନାୟକ ୧୧୭ରନ କରିଥିଲେ । ସଞ୍ଜୟ ରାଉଳ ୨୦ ରନ କରିଥିଲେ । ସେହିପରି ୟୁନାଇଟେଡ ଦଳର ସାହାନୱାଜ କାଦ୍ରୀ ୪ଟି, ସେକ୍ ବୁଟୁ ୩ଟି ଓ ସେକ୍ ଆଲାଉଦ୍ଦିନ ଗୋଟିଏ ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରି ୟୁନାଇଟେଡ ଦଳ ୩୩.୩ ଓଭର ଖେଳି ୧୫୦ରନରେ ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସାହିଲ ଖାନ ୩୩,ବ୍ସକ୍ ସବୁର ବାଦ୍‌ଶାହ ୩୦ ଓ ଶହାନୱାଜ କାଦ୍ରୀ ୧୮ ରନ କରିଥିଲେ । ବିଜୟଭାନୁ ରେଡ ପକ୍ଷରୁ କୁମାର କୌଶିକ ସାହୁ ୩ଟି, ପ୍ରକାଶ ଜେନା ୩ଟି ଓ ଅବିନାଶ ସିଂ ୨ଟି ଉଇକେଟ ନେଇଥିଲେ । ଦଳ ୧୭୩ରନରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଆକାଶ ମହାପାତ୍ରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚକୁ ଦେବବ୍ରତ ଦାଶ ଓ ଅବଦୁଲ ରହିମ ଖାଁ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.