Home ଅପରାଧ କାଡ଼ାକେନାଲ କାମକୁ କେନ୍ଦ୍ର କରି ବୋମାମାଡ଼ : ଜଣେ ଆହତ

କାଡ଼ାକେନାଲ କାମକୁ କେନ୍ଦ୍ର କରି ବୋମାମାଡ଼ : ଜଣେ ଆହତ

48

ସାଲେପୁର, ୦୭/୦୬ (ଓଡ଼ିଆ ପୁଅ / ଅଭୟ ଜେନା) କଟକଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ଗ୍ରାମରେ କାଡ଼ାକେନାଲ କାମକୁ ନେଇ ବୋମାମାଡ଼ ହୋଇଛି। ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଗତ କାଲି ବିଳମ୍ବିତ ରାତ୍ରରେ ବୋମାମାଡ଼ ହୋଇଥିଲା। ବୋମା ମାଡରେ ବାରିଗୋଳ ଗାଁର ମୋକିମ ଖାଁଙ୍କ ଘରର ଝରକା ନଷ୍ଟହୋଇ ଯାଇଛି। ଜଣେ ମଧ୍ୟ ଆହତ ହୋଇ ଥିବା ଜଣାପଡିଛି। ସୂଚନା ଥାଉକି ୧୦ନଂ ୱାର୍ଡରେ ଏକ କଡା କେନାଲ କାମ ପାଇଁ ଜମି ମାପଚୁପ ହୋଇଥିଲା। ଏଥିରେ ସେହି ଗ୍ରାମର ମିର୍ଜା ଇବ୍ରାର ବେଗର ମୋକିମ ସହିତ ଝଗଡ଼ା କରିଥିଲା। ଏଥିସହ ମୋ ପୁଅକୁ ମଧ୍ୟ ଧମକ ଦେଇ ତମ ପରିବାରକୁ ଛାରଖାର କରିଦେବି ବୋଲି କହିଥିଲା। ଏହାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରରେ ଘର ଉପରକୁ ବୋମା ଫିଙ୍ଗି ଥିଲା। ବୋମାରେ ବ୍ୟବହୃତ ହୋଇଥିବା ଗୋଡି, ସୁତୁଲୀ, ଏଣେତେଣେ ଘରଭିତରେ ପଡିଥିବାର ଦେଖିବାକୁ ମିଳିଛି। ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ନେଇ ମୋକିମ ଖାଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଆଇନ ଶୃଙ୍ଖଳାକୁ ନଜରରେ ରଖି ପୋଲିସ ଘଟଣା ସ୍ଥଳରେ ଜଗି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.