Home କେନ୍ଦୁଝର ଓରାଳିରେ ଓଡିଶା ଡ୍ରାଇଭର ମହାସଂଘ ବୈଠକ

ଓରାଳିରେ ଓଡିଶା ଡ୍ରାଇଭର ମହାସଂଘ ବୈଠକ

32

ହାଟଡ଼ିହି-୨୮ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ରାମନବମୀ ପଡିଆ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆଡମିନ ମୁନା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସୁଧାଶୁଂ ଦକ୍ଷିଣରାୟ ଓ ସରପଞ୍ଚଙ୍କ ପ୍ରତିନିଧି ମାନସ ଜେନା ପ୍ରମୁଖ ଯୋଗଦେଇ ଡ୍ରାଇଭର ମାନଙ୍କ ଏକତା ଉପରେ ଗୁରୁତ୍ୱାରୋପ କରିବାସହ ଡ୍ରାଇଭର ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପ୍ରଭାକର ସାହୁ, ହେମନ୍ତ ସାହୁ, ବିଷୁ ଦେହୁରୀ ପ୍ରମୁଖ ଯୋଗଦେଇଥିବାବେଳେ ପଞ୍ଚାୟତ ସଭାପତି ଭାବେ ବାସୁଦେବ ମହାନ୍ତି, ଉପଦ୍ଦେଷ୍ଟା ଭାବେ ଉତ୍କଳ କେଶରୀ ଜେନା, ସମ୍ପାଦକ ଭାବେ ଅଶୋକ କୁମାର ଜେନା ଓ ପଞ୍ଚାୟତ ଆଡମିନ ଭାବେ ଗୋପାଳ କୃଷ୍ଣ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା । ରାଜ୍ୟ ସରକାର ଡ୍ରାଇଭର ମହାସଂଘର କୌଣସି ଦାବି ପ୍ରତି ଗୁରୁତ୍ୱ ଦେଉ ନଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.