Home କେନ୍ଦୁଝର ଅକରୁଆ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

ଅକରୁଆ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

37

ହାଟଡ଼ିହି-୨୮ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସରପଞ୍ଚ କୌଶଲ୍ୟା ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଯୋଗଦେଇ ସ୍ମାର୍ଟ ହେଲଥ କାର୍ଡର ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ସମ୍ମାନୀତ ଅତିଥିଭାବେ ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, ସମିତିସଭ୍ୟ ମନୋଜ ଜେନା, ପୁର୍ବତନ ସମବାୟ ସମିତି ସଭାପତି ଆନନ୍ଦ ଚନ୍ଦ୍ର ନାୟକ, କାର୍ତ୍ତିକେଶ୍ୱର ଖଟୁଆ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ସୁଫଳ ପାଇବା ଉପରେ ଆଲୋକପାତ କରିଥିଲେ । ବିଶେଷକରି ଏହି କାର୍ଡ ଅନ୍ୟ କାହା ହାତକୁ ନଦେବାପାଇଁ ବିଡିଓ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ଶରତ କୁମାର ବେଜ, ଡିଇଓ ଜୀବନ ନାୟକ, ଜିଆରଏସ ଅନିଲ କୁମାର ସ୍ୱାଇଁ, ଅମ୍ଳାନ କୁମାର ଜେନା, ସୁବ୍ରତ କୁମାର ପାତ୍ର, ଗଗନ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.