Home କେନ୍ଦୁଝର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗରେ ୭୩ତମ ଏନସିସି ଦିବସ ପାଳନ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗରେ ୭୩ତମ ଏନସିସି ଦିବସ ପାଳନ

28

ହାଟଡ଼ିହି-୨୮ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ଠାରେ ୭୩ତମ ଏନ.ସି.ସି ଦିବସ ପାଳିତ ହୋଇଯାଇଛି । ୧୪ବିଏନ ଓ କେନ୍ଦୁଝର ଅଧିନରେ ଥିବା ଏହି ବିଦ୍ୟାଳୟର ସମସ୍ତ ଦ୍ୱିତୀୟ ଓ ପ୍ରଥମ ବର୍ଷର ଶିକ୍ଷାର୍ôଥ ମାନେ ଉପସ୍ଥିତ ରହି ଏନ.ସି.ସି ସଙ୍ଗୀତ ଗାନକରି ସପଥପାଠ କରିଥିଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁୂମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିଦ୍ୟାଧର କର, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଦେଶପାଇଁ ସେନାର ବଳିଦାନ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ । ସମର ଶିକ୍ଷାର୍ଥି ମାନେ ଦେଶପ୍ରେମରେ ଉଦବୁଦ୍ଧ ହୋଇ ନୁତନ ଭାରତ ଗଠନରେ କିପରି ସହାୟକ ହୋଇପାରିବ ଅତିଥିମାନେ ସେ ନେଇ ଆଲୋକପାତ କରିଥିଲେ । ୧୪ବିଏନ କେନ୍ଦୁଝର ତରଫରୁ କଣ କଣ ଜନସଚେତନ କାର୍ଯ୍ୟକ୍ରମ ନିଆଯାଉଛି ସେ ସମ୍ପର୍କରେ ସିଟିଓ ଶିଶିର କୁମାର ବିଶ୍ୱାଳ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, କର୍ମଚାରୀ ଓ ସ୍କୁଲ ପରିଚଜାଳନା କମିଟିର ସଦସ୍ୟମାନେ ସୁଚାରୁରୁପେ ସମ୍ପାଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.