Home Top News ଓମ୍‌ଫେଡ୍ କ୍ଷୀର ମୂଲ୍ୟ ବୃଦ୍ଧି : ୨୧ ରୁ ନୂଆ ଦର, ଲିଟର ପିଛା ୨...

ଓମ୍‌ଫେଡ୍ କ୍ଷୀର ମୂଲ୍ୟ ବୃଦ୍ଧି : ୨୧ ରୁ ନୂଆ ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି – ଓମ୍‌ଫେଡ୍‌ର ‘ଚା’ସ୍ପେସାଲ’

51

ଭୁବନେଶ୍ୱର ୧୯-୪ (ଓଡ଼ିଆ ପୁଅ) ଓମ୍‌ଫେଡ୍ କ୍ଷୀର ମୂଲ୍ୟରେ ବୃଦ୍ଧି। ୨୧ ରୁ ନୂଆ ଦର ଲାଗୁ ହେବ। ଦୁଗ୍ଧର ମୂଲ୍ୟ ରାଜ୍ୟରେ ବୃଦ୍ଧି କରିବାକୁ ସ୍ଥିର କରିଛି ଓମଫେଡ୍ ଅରେଥାତ୍ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ କ୍ରୟ ଏବଂ ମାର୍କେଟିଂ ମୂଲ୍ୟ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାନୁସାରେ, କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ବର୍ଦ୍ଧିତ ଦର ଏପ୍ରିଲ୍ ୨୧ ରୁ କାର୍ଯ୍ୟକାରୀ ହେବ। ଓମ୍ଫେଡ୍ ସୂଚନା ଦେଇଛି ଯେ ଦୁଗ୍ଧ ଚାଷୀଙ୍କ ଦୀର୍ଘ ଦିନର ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏତଦ୍ ବ୍ୟତୀତ ଓମ୍‌ଫେଡ୍‌ ପକ୍ଷରୁ ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱର , କଟକ ଓ ପୁରୀରେ ନୂଆ ପ୍ରକାର କ୍ଷୀର ବିକ୍ରି ଆରମ୍ଭ କରାଯିବ। ଓମ୍‌ଫେଡ୍‌ର ‘ଚା’ସ୍ପେସାଲ’ ନାମରେ ଏକ କ୍ଷୀର ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୫୦୦ ମିଲିକୁ ୨୩ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.