Home Top News ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି : ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି : ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

30

ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁୟାୟୀ, ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ଉପରେ ଏକ ନିଷେଧାଦେଶ କରାଯାଇଛି। ଆୟୋଜକମାନଙ୍କୁ ଏଥିପାଇଁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ମଧ୍ୟ ଶୋଭାଯାତ୍ରା ସମୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଏକ ଆଫିଡେଭିଟ୍ ଦେବାକୁ ପଡିବ। ଏ ସମ୍ପର୍କରେ ସିଏମ୍ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଏହି ଆଦେଶ ଜାରି କରି, ସିଏମ୍ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, କେବଳ ପାରମ୍ପରିକ ଧାର୍ମିକ ଶୋଭାୟାତ୍ରାକୁ ଅନୁମତି ଦିଆଯିବା ଉଚିତ୍। ନୂତନ ଏବଂ ଅନାବଶ୍ୟକ ଭାବରେ ଅନୁମତି ଦିଆଯିବା ଉଚିତ୍ ନୁହେଁ। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶର ଏକ କପି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା ଟ୍ୱିଟ କରାଯାଇଛି।

ସୂଚନାଯୋଗ୍ୟଯେ, ଗତ କିଛି ଦିନ ହେବ ରାମ ନବମୀ ଠାରୁ ନବରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଧାର୍ମିକ ଶୋଭାଯାତ୍ରା ସମୟରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ହିଂସା ମାମଲା ରୁଜୁ ନଜରକୁ ଆସିଛି। ଯଦିଓ ଉତ୍ତରପ୍ରଦେଶରେ ଏଭଳି ପରିସ୍ଥିତି ଉପୁଜିନାହିଁ, କିନ୍ତୁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.