Home Top News ଓମିକ୍ରନକୁ ପ୍ରତିହତ କରିବା ପାଇଁ ସଜାଗ ହେବାକୁ ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଆହ୍ୱାନ

ଓମିକ୍ରନକୁ ପ୍ରତିହତ କରିବା ପାଇଁ ସଜାଗ ହେବାକୁ ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଆହ୍ୱାନ

106

ସମ୍ବଲପୁର, ୦୫/୦୧ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଆଜି ଦିବ୍ୟଜ୍ୟୋତି ପରିଡା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ ପରେ ଜ଼ିଲ୍ଲାପାଳ କୋଭିଡ ସ୍ଥିତ ସମୀକ୍ଷା ନେଇ ଏକ ବୈଠକ ଡାକିଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କରୋନା ପୁଣି ଉପରମୁହାଁ ହୋଇ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଆମକୁ ସଜାଗ ହେବାକୁ ପଡିବ। ସ୍ଥିତିକୁ ମୁକାବିଲା କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରିବା, ବେଡ଼ ସଂଖ୍ୟା ବୃଦ୍ଧି ସହ ଅନ୍ୟାନ୍ୟ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଟୀକାକରଣ ଲକ୍ଷ୍ୟ ପୁରଣ ପାଇଁ କ୍ୟାମ୍ପେନ ମୋଡ଼ରେ ସାରିବା ସହ ୧୫ ରୁ ୧୮ ବର୍ଷ କିଶୋର /କିଶୋରୀଙ୍କ ଟୀକାକାରଣ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। କଣ୍ଟାଟ ଟ୍ରେସିଂ, ଟେଷ୍ଟିଂ ବୃଦ୍ଧି, ଜରୁରୀ ସ୍ଥାନରେ ମିନି କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା, କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଏହା ସହ ମାଇକିଂକୁ ବ୍ୟାପକ କରିବା ସହ ମାସ୍କ ପିନ୍ଧିବା, ଗହଳିକୁ ନିୟନ୍ତ୍ରଣ, ଆରଆରଟି ଟିମ ବୃଦ୍ଧି, ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ୬୦ ଦିନ ପାଇଁ ଯଦି ଆମେ ସମସ୍ତ ପ୍ରସ୍ତୁତି କରିବା ତେବେ ନିଶ୍ଚିତ ଭାବେ ଆମେ କୋଭିଡ କୁ ମାତ ଦେଇପାରିବା ବୋଲି ଜିଲ୍ଲାପାଳ କହିଛନ୍ତି। ଏହାଛଡା ସମସ୍ତେ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ନୂତନ ଜିଲ୍ଲାପାଳ ସମ୍ବଲପୁର ବାସୀଙ୍କୁ ଅନୁରୋଧ କରିଛନ୍ତି। ଆଜିକାର ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଉମାକାନ୍ତ ରାଜ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଜମ୍ବର ମହାନ୍ତି ସମେତ କୁଚିଣ୍ଡା ଏବଂ ସଦର ଉପ-ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଏବଂ କୋଭିଡ ରେ ସମ୍ପୃକ୍ତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.