Home Coronavirus Outbreak ଓମିକ୍ରନକୁ ନେଇ ବୈଠକ: ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷ

ଓମିକ୍ରନକୁ ନେଇ ବୈଠକ: ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷ

60

ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ବିଭିନ୍ନ ଜିଲ୍ଲାର କୋଭିଡ ସ୍ଥିତି ଅନୁଧ୍ୟାନ କରି ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷଭେଦୀ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ୍ ଓ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବହୁ ଲୋକଙ୍କ ସଂପର୍ଶରେ ଆସୁଥିବା ବୁଲା ବିକାଳୀ, ଡେଲିଭରି ମ୍ୟାନ୍, ଦୋକାନୀ, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ, ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି କର୍ମରେ ଯୋଗଦେଉଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଇବାପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିବାହ, ବ୍ରତ ଓ ଅନ୍ତେଷ୍ଟିକ୍ରିୟା ଆଦିରେ ଅଂଶଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ସଂଙ୍ଖ୍ୟାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଓ ପୋଲିସ୍ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବଜାର, ଶିଳ୍ପାଞ୍ଚଳ ଭଲି ଭିଡ଼ ସ୍ଥାନରେ ପ୍ରତୀମାତ୍ମକ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓଡ଼ିଶା ଭେଷଜ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମନୀ ଷଢ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଶେଷଜ୍ଞମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.