Home Coronavirus Outbreak ଟିକାର ଦୁଇଟି ଡୋଜ୍‌ ନେଇନାହାଁନ୍ତି କି? ବାସ୍, ଆରମ୍ଭ ହେଲାଣି କଟକଣା – ଏହି ସ୍ଥାନରେ...

ଟିକାର ଦୁଇଟି ଡୋଜ୍‌ ନେଇନାହାଁନ୍ତି କି? ବାସ୍, ଆରମ୍ଭ ହେଲାଣି କଟକଣା – ଏହି ସ୍ଥାନରେ ପ୍ରବେଶ ମନା

126

ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) ଯେମିତି ଯେମିତି ଦେଶରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଛି ଏବଂ ତୃତୀୟ ଲହରର ଆଂଶକା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ସତର୍କ ହୋଇଗଲେଣି। ତେବେ କେତେକ ରାଜ୍ୟ ଉଭୟ ଡୋଜ୍‌ ନେଇନଥିଲେ ବିଭିନ୍ନ କଟକଣା ଲଗାଇବାକୁ ଆରମ୍ଭ କରିଦେଲେଣି।

ଆଜି ସେହିକ୍ରମରେ ହରିଆଣା ସରକାର ଏବେ ଜାନୁଆରୀ ୧, ୨୦୨୨ ରୁ ସର୍ବସାଧାରଣ ସ୍ଥାନରେ କୋଭିଡ ଭ୍ୟାକ୍ସିନର ଦ୍ୱିତୀୟ ମାତ୍ରାକୁ ବାଧ୍ୟତାମୂଳକ କରିଛନ୍ତି। ସର୍ବସାଧାରଣ ସ୍ଥାନରେ କେବଳ ଉଭୟ ଡୋଜ ନେଇଥିବା ଲୋକଙ୍କୁ ଅନୁମତି ଦିଆଯିବ। ଅର୍ଥାତ୍ ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ସେମାନଙ୍କୁ ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ।

ଏହା ପୂର୍ବରୁ ଆଜି ପଞ୍ଜାବ ସରକାରମଧ୍ୟ କର୍ମଚାରୀଙ୍କ ଉପରେ ଲଗାଇଛନ୍ତି କଟକଣା। ସରକାରଙ୍କ ନିୟମ ଅନୁଯାୟୀ, କୋଭିଡ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଦେଖାଇଲେ ମିଳିବ ଦରମା। ନଚେତ୍‌ ଦରମା ମିଳିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.