Home କେନ୍ଦୁଝର ଓଢଣୀରେ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ଓଢଣୀରେ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

248

ଯୋଡା, ୦୪/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ କମାରଯୋଡା ପେଣ୍ଠେଇବସ୍ତିରେ ଜଣେ ଯୁବତୀ ନିଜ ଘର ଭିତରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମୃତ ଯୁବତୀ ଜଣଙ୍କ ହେଲେ ସେହି ବସ୍ତିର ମୀନାକ୍ଷୀ ମହାରଣା (୩୦) । ସୋମବାର ଅପରାହ୍ନ ୫ ଘଟିକା ସମୟରେ କମାରଯୋଡା ପେଣ୍ଠେଇ ବସ୍ତିରେ ମୀନାକ୍ଷୀ ଏବଂ ତାଙ୍କ ମା ଟପି ମହାରାଣାଙ୍କ ସହ ଘରେ ରହିଥିବା ବେଳେ କୌଣସି କାମରେ ତାଙ୍କର ମା ବାହାରକୁ ଚାଲିଯାଇଥିବା ସମୟରେ ମୀନାକ୍ଷୀ ଘରର ଟାଇଲ ଛପର ଘର ଏକ ରୋଡାରେ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କର ମା ଫେରିଆସି ଝିଅକୁୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ନେଇ ତୁରନ୍ତ ସ୍ଥାନୀୟ ଲୋକମାନଙ୍କୁ ଖବର ଦେବା ପରେ ନିକଟସ୍ଥ ଟାଟା ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ଦିନ ଯୋଡା ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.