Home କେନ୍ଦ୍ରାପଡ଼ା ଓଡିଶୋ ମୈାଜାର ଗୋଚର ସଂରକ୍ଷିତ ଜମିରୁ ଗ୍ରାମବାସୀଙ୍କୁ ତହସିଲଦାରଙ୍କ ବେଆଇନ ଉଛେଦ ସମ୍ପର୍କରେ ଅଭିଯୋଗ

ଓଡିଶୋ ମୈାଜାର ଗୋଚର ସଂରକ୍ଷିତ ଜମିରୁ ଗ୍ରାମବାସୀଙ୍କୁ ତହସିଲଦାରଙ୍କ ବେଆଇନ ଉଛେଦ ସମ୍ପର୍କରେ ଅଭିଯୋଗ

309

କେନ୍ଦ୍ରାପଡା ୪/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଗଉଡଗୋପ, ମୀରପାଟଣା, ବଡହାଟ, ଚାଟରାପାଟଣା ଓ କାକଟ ଗ୍ରାମର ଗ୍ରାମବାସୀମାନେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ଯେ ଓଡିଶୋ ମୋଜାର ଖାତା ନମ୍ବର ୫୨୧ ଅଧିନ ପ୍ଲଟ ନମ୍ବର ୩୩୫, ୩୩୬, ୩୩୭, ୩୪୦, ୧୦୩୩, ୩୩୧ ଓ ୩୩୩ର ମୋଟ ରକବା ୬ଏକର ୮୬୦ଡିସିମିଲ ଜମି ଗୋଚର ଜମିକୁ ଗୋରୁଗାଇ, ଛେଳି, ମେଣ୍ଢା, ମଇଁଷି ପ୍ରଭୃତିଙ୍କ ପାଇଁ ଚାରଣ ଭୂମି ଆକାରରେ ପୁରୁଷାନୁକ୍ରମେ ସମୁହ ଭାବରେ ବ୍ୟବହାର କରି ଆସୁଛନ୍ତି। ଏଥିସହିତ ସେହି ଜମିରେ ଉପରୋକ୍ତ ଗ୍ରାମବାସୀମାନେ ଶବ ସଂସ୍କାର ନିମନ୍ତେ ଏବଂ ଗୋରୁଗାଇ ଓ ମଇଁଷି ପ୍ରଭୃତିଙ୍କ ମୃତଶବକୁ ସତ୍କାର କରାଯାଇଥାଏ। ସେହି ଜମି ବ୍ୟତିତ ଉପରୋକ୍ତ ଗ୍ରାମଗୁଡିକ ନିମନ୍ତେ ଚାରଣ ଭୂଇଁ ଓ ଶବ ସତ୍କାର ନିମନ୍ତେ ଅନ୍ୟ କେଉଁଠାରେ ସରକାରୀ ଜମି ନାହିଁ।

ଏଭଳି ପରିସ୍ଥିତିରେ କେନ୍ଦ୍ରାପଡା ତହସିଲଦାରଙ୍କ ପକ୍ଷରୁ କେନ୍ଦ୍ରାପଡା ପୈାରସଂସ୍ଥା ସହିତ ସେହିଜମିକୁ ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ପୂର୍ବକ ସେଠାରେ ବାହାର ଗ୍ରାମର ଲୋକଙ୍କୁ ଘରବାରୀ ନିମନ୍ତେ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଏତଦ୍ୱାରା ଉପରୋକ୍ତ ଗ୍ରାମଗୁଡିକର ଗ୍ରାମବାସୀଙ୍କୁ ସାର୍ବଜନୀନ ଭାବରେ ବ୍ୟବହୃତ ସଂରକ୍ଷିତ ଗୋଚର ଜମିରୁ ବେଆଇନ ଭାବେ ଉଛେଦ ପ୍ରକ୍ରୀୟା ଫଳରେ ସେମାନଙ୍କର ଅପୁରଣୀୟ କ୍ଷତି ସାଧନ ସହିତ ସେମାନେ ସାମାଜିକ ନ୍ୟାୟ ଓ ଅଧିକାରରୁ ବଂଚିତ ହେଉଥିବାରୁ ଏଭଳି ନକରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଚକ୍ରଧର ଦାସ, ସୁରେନ୍ଦ୍ର ନାଥ ଦାସ, ରଞ୍ଜିତ କୁମାର ଦାସ, ନବଘନ ସେଠୀ, କାହ୍ନୁ ଚରଣ ଦାସ, ସୁରେଶ କୁମାର ସେଠୀ, ରବିନ୍ଦ୍ର ଦାସ, ଗୋପାଳ ଚରଣ ଦାସ, ପିତାମ୍ବର ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.