Home ଜିଲ୍ଲା ପରିକ୍ରମା ଓଡିଶା ସରକାରଙ୍କ ଡାଏରୀ ରେ ଭୁଲତଥ୍ୟପାଇଁ ଦାୟୀକିଏ:କବିବର ରାଧାନାଥଙ୍କ ନାମରେ ଗୋପବନ୍ଧୁଙ୍କ ଲେଖା

ଓଡିଶା ସରକାରଙ୍କ ଡାଏରୀ ରେ ଭୁଲତଥ୍ୟପାଇଁ ଦାୟୀକିଏ:କବିବର ରାଧାନାଥଙ୍କ ନାମରେ ଗୋପବନ୍ଧୁଙ୍କ ଲେଖା

406

ମାଲକାନଗିରି,୧ା୧ (ଓଡିଆ ପୁଅ ) ଓଡିଆ ଭାଷାର ପ୍ରଚାର ପ୍ରସାର ଓ ମହାପୁରଷଙ୍କ ବାଣୀ ପ୍ରତି ଗୁରୁତ୍ୱଦେଇ ଓଡିଶା ସରକାର ଙ୍କ ଦ୍ୱାରା ଚଳିତ ବର୍ଷ ମୁଦ୍ରଣ କରାଯାଇଥିବା ନୂତନ ବର୍ଷର ଡାଏରୀ ରେ ଭୁଲତଥ୍ୟ ଦିଆଯାଇଛି । ଏହି ନୂତନବର୍ଷର ଡାଏରୀର ପ୍ରତି ମାସଆରମ୍ଭ ପୃଷ୍ଟାରେ ମହାପୁରଷଙ୍କ ବାଣୀ ଫଟୋ ସହିତ ଉଲେଖ୍ୟରହିଛି । ରାଜ୍ୟସରକାରଙ୍କ ଏହି ପ୍ରୟାସ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ହେଲେ ମଧ୍ୟ ଚଳିତ ବର୍ଷ ଡାଏରୀରେ ସାଘାଂତିକ ଭୁଲ ଛପାଯାଇଛି ,ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଧର୍ମପଦ ପୁସ୍ତକରେ ଲେଖାଥିବା  ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ,କର୍ମେ ଜୀଏଁ ନର,କର୍ମ ଏକା ତାର ଜୀବନର ମାନଦଣ୍ଡ, ଏହି ପଂକ୍ତିଟିକୁ କବିବର ରାଧାନାଥ ରାୟଙ୍କ ନାମରେ ତାଙ୍କ ଫଟୋଚିତ୍ର ସହିତ ଉକ୍ତ ଡାଏରୀରେ ଉଲେଖ୍ୟ କରାଯାଇଛି । ଏହି ସରକାରୀ ଡାଏରୀରେ ଓଡିଶାବାସୀ ସରକାରଙ୍କ ସଠିକ ତଥ୍ୟ ଓ ବିଭିନ୍ନ ବିଭାଗର ଫୋନନମ୍ବର, ଇମେଲ, ମନ୍ତ୍ରୀମଣ୍ଡଳ ର ନାମ ଜାଣିପାଇଁ  ଗ୍ରାହକ ମାନେ ଭୁବନେଶ୍ୱର ଜୟଦେବ ଭବନରେ ଲମ୍ବାଧାଡିରେ ବହୁସମୟ ଧରି ଠିଆହୋଇ  ୧୫୦ଟଙ୍କା ଦେଇ ସରକାରୀ ଡାଏରୀ କ୍ରୟକରିଥାନ୍ତି । ହଲେ ଚଳିତ ବର୍ଷ ଏପରି ଭୁଲତଥ୍ୟ ରହିଥିବାରୁ ବୁଦ୍ଧିଜୀବୀ ଓ ଗ୍ରାହକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଭୁଲତଥ୍ୟ ପାଇଁ କିଏ ଦାୟୀ ତାହା ତଦନ୍ତ କରାଯାଇ ଏହି ଭୁଲତଥ୍ୟକୁ ପରିବର୍ତନ କରି ପୁନଃ ମୁଦ୍ରଣ ପାଇଁ ବନବାସୀ ଗବେଷକ ଓ ସାହିତ୍ୟିକ ରତ୍ନାକରଦାଶ ରାଜ୍ୟ ସରକାରଙ୍କ ନିକଟରେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.