Home ଗଞ୍ଜାମ ନୂତନ ଢଙ୍ଗରେ ରାଜ ପରିବାରର ନୂତନ ବର୍ଷ ପାଳନ

ନୂତନ ଢଙ୍ଗରେ ରାଜ ପରିବାରର ନୂତନ ବର୍ଷ ପାଳନ

654

ବ୍ରହ୍ମପୁର :୧/୦୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) କ୍ୟାଲେଣ୍ଡର ନୂତନ ବର୍ଷ ପାଳନ ନେଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ଓ ବନ୍ଧୁ ମିଳନ ସମାବେଶ କରାଯାଇଥିବା ବେଳେ ଧରାକୋଟ ରାଜ ପରିବାର ପକ୍ଷରୁ ସ୍ବତନ୍ତ୍ର ଭାବେ ଆଜି ଦିନକୁ ପାଳନ କରାଯାଇଥିଲା।
ଧରାକୋଟ ରାଜା ଶ୍ରୀ ଶ୍ରୀ ଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ,ରାଜଜେମା ସୁଶ୍ରୀ ଶାନ୍ତି ପ୍ରିୟ ଦେବୀ ଓ ବଲବନ୍ତ ସିଂ ଧରାକୋଟ ବାଲ୍ମୀକେଶ୍ୱର ଆନାଥ ଆଶ୍ରମକୁ ଯାଇ ନବ ବର୍ଷରେ ଆଶ୍ରମରେ ଥିବା ସମସ୍ତ ଶିଶୁ ମାନଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଓ ସେମାନଙ୍କୁ କିଛି ମିଷ୍ଠାନ ବଣ୍ଟନ କରଛନ୍ତି। ଏହି ପ୍ରକାର କାର୍ଯ୍ୟକ୍ରମ ଅଞ୍ଚଳବାସୀ ଙ୍କ ଠାରେ ଆନନ୍ଦ ଖେଳାଇ ଦେଇଥିବା ବେଳେ ରାଜ ପରିବାର ସମ୍ପ୍ରତି ଲୋକାଭିମୁଖୀ ହେବା ଘଟଣାକୁ ରାଜନୈତିକ ପ୍ରତିପକ୍ଷ ଲୋକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.