Home ଜିଲ୍ଲା ପରିକ୍ରମା ପ୍ରତିଶୃତି ରଖିଲେ ସାଂସଦ, ଐତିହାସିକ ଯଗୁସାଗର ପୋଖରୀ ଉନ୍ନତୀ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଖୁବ୍...

ପ୍ରତିଶୃତି ରଖିଲେ ସାଂସଦ, ଐତିହାସିକ ଯଗୁସାଗର ପୋଖରୀ ଉନ୍ନତୀ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ

25

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସଦର ମହକୁମାରେ ଥିବା ବହୁପୁରାତନ ଐତିହାସିକ ଯଗୁସାଗର ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ମହିଳା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ପ୍ରଥମ ଧାମନଗର ଗସ୍ତରେ ଆସିଥିବାବେଳେ ଧାମନଗର ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଲିଖିତ ଦାବିପତ୍ର କରାଯାଇଥିଲା । ଦାବିପତ୍ରକୁ ଗ୍ରହଣ କରି ବହୁ ଶୀଘ୍ର ଯଗୁସାଗର ପୋଖରୀର ଉନ୍ନତୀକରଣ କରାଯିବ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରତିଶୃତି ଦେବା ସହିତ ଫିସେରି ବିଭାଗକୁ ଧାମନଗର ଏନ୍‌ଏସି କୁ ଉକ୍ତ ଜାଗାକୁ ହସ୍ତାନ୍ତର ପାଇଁ ଚିଠି ଲେଖିଥିଲେ । ଗତ ତା୨୭/୦୨/୨୦୧୮ ମସିହାରେ ଓଡ଼ିଶା ସରକାରଙ୍କୁ ଯଗୁସାଗର ପୋଖରୀ ଉନ୍ନତୀକରଣ ପାଇଁ ତତ୍କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ତାଙ୍କ ବିଧାୟକ ସମୟରେ ନିଜ ପ୍ୟାଡ଼ରେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ନଂ ୫୨/୧୮ରେ ଏକ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ୧୬/୦୩/୧୮ ଭଦ୍ରକ ଡ଼ିଆରଡ଼ିଏ ସଭାଗୃହ ପରିସରରେ ଜିଲ୍ଲାପରିଷଦ ବୈଠକରେ ବିଧାୟକ ଶ୍ରୀ ମଣ୍ଡଳ ପ୍ରସ୍ତାବ ମଧ୍ୟ ରଖିଥିଲେ । ଐତିହାସିକ ପୋଖରୀର ଉନ୍ନତୀ କରଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବାରୁ ଧାମନଗର ଅଂଚଳରେ ଖୁସିର ଲହରି ଦେଖିବାକୁ ମିଳିଛି । ଏନେଇ ଗତ ୦୯/୦୭/୨୧ରେ ଭଦ୍ରକ ଜିଲ୍ଳାପାଳ ଡ଼ଃ. ଜ୍ଞାନ ଦାସ ଏନ୍‌ଏସି ଅଞ୍ଚଳ ଗ୍ରସ୍ତକରି ଐତିହାସିକ ଯଗୁସାଗର ପୋଖରୀର ଉନ୍ନତୀ କରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ । ପୋଖରୀର ଜମି ଚିହ୍ନଟ କରିବା ସହିତ ଜବରଦଖଲ କାରିଙ୍କୁ ନୋଟିସ କରିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଃଖ ଓ ପରିତାପର ବିଷୟ ଜିଲ୍ଳାପାଳଙ୍କ ପରିଦର୍ଷନର ୧୫ଦିରୁ ବିତିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି । ଦୀର୍ଘଦିନ ହେବ ପୋଖରୀର ଉନ୍ନତୀ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଅର୍ଥ ମଞ୍ଜୁର ହୋଇ ପଡ଼ିରହିଛି । ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ତୁରନ୍ତ ବିଭାଗୀୟ ଅଧିକାରୀ ଜାଗ ଚିହ୍ନଟ କରିବା ସହିତ ଏହି ଅର୍ଥକୁ ବିନିଯୋଗ କରାଗଲେ ନିଶ୍ଚିତ ଭାବେର ସରକାରଙ୍କର ଯେଉଁ ସୌନ୍ଦର୍ଯ୍ୟ କରଣର ଉଦ୍ଦେଶ୍ୟ ସଫଳ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.