Home କୋରାପୁଟ କୋରାପୁଟ ସାଂସଦଙ୍କ ଦ୍ୱାରା ଆମ୍ବୁଲାନସ ଉଦଘାଟିତ ଓ ହସ୍ତାନ୍ତର

କୋରାପୁଟ ସାଂସଦଙ୍କ ଦ୍ୱାରା ଆମ୍ବୁଲାନସ ଉଦଘାଟିତ ଓ ହସ୍ତାନ୍ତର

40

କୋରାପୁଟ ୧୬-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଦ୍ୱାରା ଅତ୍ୟାଧୁନିକ ଜୀବନ ସହାୟତା ଆମ୍ବୁଲାନସ ଉଦଘାଟିତ ହୋଇଯାଇଛି ।ଏହି ଆମ୍ବୁଲାନସକୁ ସେ ଆଜି ସିଡିଏମଓଙ୍କୁ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ସଦର ମହକୁମା ଡାକ୍ତରଖାନା ଜୟପୁରରେ ଉକ୍ତ ଆମ୍ବୁଲାନଓ ରଖାଯିବ ବୋଲି ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।କରୋନା ସମୟରେ ରାୟଗଡା ଓ କୋରାପୁଟ ଜିଲ୍ଲା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି ।ଉକ୍ତ ଆମ୍ବୁଲାନସଟିର ମୂଲ୍ୟ୫୮.୮ ଲକ୍ଷ ଟଙ୍କା ଅଟେ ବୋଲି ସେ ସୂଚନା ଦେଇଛନ୍ତି ।ଏହି ଆମ୍ବୁଲାନସରେ ଭେଟିଂଲେଟର ଥିବା ସେ ସୂଚନା ଦେଇଛନ୍ତି ।ବହୁ ବିଳମ୍ବରେ ହେଲେ ବି କରୋନାର ୨ ୟ ଲହରୀ ଚାଲିଥିବା ସମୟରେ ଆମ୍ବୁଲାନସଟି ଲୋକମାନଙ୍କ ଉପକୃତ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଏଥି ନିମନ୍ତେ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣେଇଥିଲେ ।କରୋନାର ୨ ୟ ଲହରୀ ଥିବାରୁ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷି ବାହିନିପତି , ପୂର୍ବତନ ବିଧାୟକ ନିମାଇଁ ସରକାର , ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ ,କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,କଂଗ୍ରେସ ନେତା  ମନୋଜ ଆଚାର୍ଯ୍ୟ ,ରୁପକ ତୁରୁକ , ରମେଶ କୁମାର ବାଖ୍ୟା , ବିଜୟ କୁମାର ରାଓ , ଭବାନୀ ଶଙ୍କର ମିଶ୍ର ,ରମେଶ କୁମାର ଖରା  ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ପରିଚାଳନା କରିଥିବା ବେଳେ ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.