Home ଜିଲ୍ଲା ପରିକ୍ରମା ଜିଲ୍ଳାରେ ପ୍ରଥମ ପର୍ଯ୍ୟାୟରେ ୮ଟି ହାଇସ୍କୁଲକୁ ଆସ୍‌ପିରେସନାଲ ସ୍କୁଲ ଭାବେ ଗ୍ରହଣ

ଜିଲ୍ଳାରେ ପ୍ରଥମ ପର୍ଯ୍ୟାୟରେ ୮ଟି ହାଇସ୍କୁଲକୁ ଆସ୍‌ପିରେସନାଲ ସ୍କୁଲ ଭାବେ ଗ୍ରହଣ

25

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଆସ୍‌ପିରେସନାଲ ସ୍କୁଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର ୮ଟି ହାଇସ୍‌ୁଲକୁ ଆସ୍‌ପିରେସନାଲ ସ୍କୁଲ ଭାବେ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ୪ଟି ହାଇସ୍କୁଲକୁ ନେଇ ଏକ ବୈଠକ ଭଦ୍ରକ ପୌରପାଳିକାର ପୁରୁଣାବଜାର ସ୍ଥିତ ନାରାୟଣ ଚନ୍ଦ୍ର ହାଇ ସ୍କୁଲଠାରେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନୋନୀତ ୮ଟି ହାଇସ୍କୁଲରୁ ବନ୍ତ ବ୍ଲକରେ ୨ଟି କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଗରପଡ଼ା ସ୍ଥିତ କୃଷ୍ଣଚନ୍ଦ୍ର ବିଦ୍ୟାମନ୍ଦିର, ଭଣ୍ଡାରିପୋଖରୀ ବ୍ଳକରେ ୨ଟି ସରସଦା ହାଇସ୍କୁଲ ଓ ପଞ୍ଚାୟତ ହାଇସ୍କୁଲ ମଞ୍ଜୁରୀ ରୋଡ଼, ଭଦ୍ରକ ବ୍ଲକର ଗୋଟିଏ ସାବରଙ୍ଗ ହାଇସ୍କୁଲ ଓ ଭଦ୍ରକ ପୌରପାଳିକାର ୩ଟି ବିଦ୍ୟାଳୟ ଜିଲ୍ଲା ସ୍କୁଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ନାରାୟଣଚନ୍ଦ୍ର ହାଇସ୍କୁଲ ଅନ୍ତର୍ଭୁକ୍ତ ହୋଇଛି । ଆଜି ନାରାୟଣ ଚନ୍ଦ୍ର ହାଇସ୍କୁଲ, ଜିଲ୍ଲା ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସାବରଙ୍ଗ ହାଇସ୍କୁଲକୁ ନେଇ ବୈଠକ କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ଭଦ୍ରକ ବିଡ଼ିଓ ଉମେଶ ମଲ୍ଲିକ,ଭଦ୍ରକ ବ୍ଲକ ଶିକ୍ଷାଧିକାରୀ, ଉକ୍ତ ୪ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ । ଏହିସବୁ ବିଦ୍ୟାଳୟକୁ ମରାମତି କରାଯିବା ସହ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଖେଳ ପଡ଼ିଆ, ଶୌଚାଳୟ, ବେଞ୍ଚ ଡେସ୍କ ଆଦି ପୂର୍ଣ୍ଣାଙ୍ଗୀକରଣ କରାଯିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ଏ ସବୁ କାର୍ଯ୍ୟ ନିମନ୍ତେ ବ୍ଳକ ସ୍ତରରେ ବିଡ଼ିଓ, ଜେଇ, ସ୍କୁଲ ପ୍ରଧାନ ଶିକ୍ଷକ, ଏସ୍‌ଏମ୍‌ସି ସମ୍ପାଦକ, ପୁରାତନ ଛାତ୍ର ସଂସଦ ମାନଙ୍କୁ ନେଇ କମିଟି ଗଠନ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ, ସହରାଞ୍ଚଳରେ ସ୍କୁଲ ପ୍ରଧାନ ଶିକ୍ଷକ, ପୌରନିର୍ବାହୀ ଅଧିକାରୀ, ପୌରଯନ୍ତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ, ପୁରାତନ ଛାତ୍ର ସଂସଦ ମାନଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ସମ୍ପୃକ୍ତ ବିଦ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକୁ ନେଇ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରି ଜିଲାପାଳଙ୍କଠାରେ ଦାଖଲ କରିବାକୁ ଜିଲାପାଳ ଡ. ଦାସ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦ୍ୟାଳୟ ଜିଲ୍ଳାର ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ଭାବେ ପରିଗଣିତ ହେବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.