Home ଓଡ଼ିଶା ଓଡିଶା ଗୃହ ସଚିବଙ୍କୁ ପଦବୀରୁ ହଟା ଯିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବି.ଜେ.ପି.ନେତାଙ୍କ ସ୍ମାରକପତ୍ର

ଓଡିଶା ଗୃହ ସଚିବଙ୍କୁ ପଦବୀରୁ ହଟା ଯିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବି.ଜେ.ପି.ନେତାଙ୍କ ସ୍ମାରକପତ୍ର

180

ବ୍ରହ୍ମପୁର: ୧୭/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଓଡିଶା ଗୃହ ବିଭାଗ ସଚିବ ଭାବେ ଅବସ୍ଥାପିତ ବରିଷ୍ଠ ଆଇ.ଏ.ଏସ. ଅଫିସର ଶ୍ରୀ ପାର୍ଥ ସାରଥୀ ମିଶ୍ର ଙ୍କୁ ସେହି ପଦବୀରୁ ହଟା ଯିବା ସହିତ ତାଙ୍କୁ ବରଖାସ୍ତ କରିବା ଦାବୀ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତମାନେ ସେହି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଭାରତୀୟ ଜନତା ପାର୍ଟି, ଗଞ୍ଜାମ‌ଜିଲ୍ଲା ତରଫରୁ ଗଞ୍ଜାମ ଜିଲ୍ଲା ଉପସଭାପତି ଶ୍ରୀ ଶରତ ସାହୁଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କ ମାଧ୍ଯମରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୃହ ବିଭାଗରେ ସଚିବ ରୂପେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଶ୍ରୀ ପାର୍ଥସାରଥୀ ମିଶ୍ରଙ୍କ ନିଯୁକ୍ତିକୁ ରଦ୍ଦ କରିବା ସକାଶେ ସ୍ମାରକ ପତ୍ର ପ୍ରଦାନ କରାଗଲା। ଜିଲ୍ଲା ଓ.ବି.ସି ମୋର୍ଚ୍ଚା ସଭାପତି ଶ୍ରୀ ମଦନ ମୋହନ ପାତ୍ର, ଓ.ବି.ସି ମୋର୍ଚ୍ଚା ଗଞ୍ଜାମ ଜଲ୍ଲା ସାଧାରଣ ସଂପାଦକ ସନ୍ତୋଷକୁମାର ସାହୁ, ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି (ଯୁବମୋର୍ଚ୍ଚା)ଶିବ ଶଙ୍କର ନାୟକ, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ତୁମ୍ବେଶ୍ୱର ନାୟକ, ସମାଜସେବୀ ଅନନ୍ତ ମହାନ୍ତି ଏକ ପ୍ରତିନିଧି ଦଳରେ ଯାଇ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଶ୍ରୀ ପାର୍ଥ ସାରଥୀ ମିଶ୍ର ଓଡିଶା ସ୍ମଲ ଇଣ୍ଡଷ୍ଟ୍ରିଜ କର୍ପୋରେସନ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଥିବା ବେଳେ ୨୦୧୭ ମସିହାରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କର ୫ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତି ଠାବ କରିବା ସହ ୨ ଲକ୍ଷ ୧୪ହଜାର ଟଙ୍କା ଜବତ କରାଯାଇଥିଲା। ତାହାର ସେ ହିସାବ ଦେଇପାରିନଥିଲେ। ସେପରି ଅସାଧୁ ଅଫିସରଙ୍କୁ ତୁରନ୍ତ ସେହି ପଦବୀରୁ ହଟାଇ ଅବସର ଦେବାକୁ ସ୍ମାରକ ପତ୍ରରେ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.