Home ଓଡ଼ିଶା ବଢୁଛି ସଂକ୍ରମଣ ରଣପୁର ବ୍ଲକ୍ ରେ କାଗଜ ପତ୍ରରେ ଚାଲିଛି କ୍ଷୁଦ୍ର ଆବଦ୍ଧାଚଂଳ

ବଢୁଛି ସଂକ୍ରମଣ ରଣପୁର ବ୍ଲକ୍ ରେ କାଗଜ ପତ୍ରରେ ଚାଲିଛି କ୍ଷୁଦ୍ର ଆବଦ୍ଧାଚଂଳ

54

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲ୍‌ା ରଣପୁର ବ୍ଲକ୍ ଅଂଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହା କମିବାର ନାଁ ଧରୁନି । ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ବିଭାଗ ସୂଚନା ଅନୁଯାୟୀ ମେ ୨୧ ତାରିଖ ରେ ରଣପୁର ବ୍ଲକ୍ ରେ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଯେ କି କରୋନା ପରିଚାଳନା ଦାୟିତ୍ୱରେ ଅଛନ୍ତି ଡ. ବୈଦନାଥ ନନ୍ଦ ଙ୍କ ସୂଚନା ଅନୁଯାୟୀ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେ ୨୧ ତାରିଖରେ ୭୩ ଜଣଙ୍କ ର କରୋନା ପରିକ୍ଷଣ କରାଯାଇଥିଲା । ସେ ମଧ୍ୟରୁ ୩୦ ଜଣ ଙ୍କ ଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛିା ସେ ମଧ୍ୟରୁ କେବଳ ଲୋଧାଚୁଆ ଗ୍ରାମ ର ୭ ଜଣ ବ୍ୟକ୍ତି ଅଛନ୍ତି । ପ୍ରଶାସନ ଲୋଧାଚୁଆ ଗ୍ରାମକୁ କ୍ଷୁଦ୍ର ଆବଦ୍ଧାଚଂଳ ଘୋଷଣା ପାଇଁ ପ୍ରସ୍ତୁତି ଚଲାଇଥିବା ଜଣାପଡିଛିା ରଣପୁର ଅତିରିକ୍ତ ତହସିଲ୍‌ଦାର ଅଶୋକ ପଟ୍ଟନାୟକ ଙ୍କ ସୁଚନା ଅନୁଯାୟୀ ଏହା ପୂର୍ବରୁ ଗତ ମେ ୨୦ ତାରିଖରେ ମୟୁରଝାଲିଆରେ ୨୪ ଜଣଙ୍କ କରୋନା ପରୀକ୍ଷଣରୁ ୨୦ ଜଣଙ୍କ ର କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ସେଇଭଳି ଭାବରେ ଚମ୍ପାପେଡି ଗ୍ରାମ ପଂଚାୟତର ନମଗାରିଆ ଓ ମଝିଆଁଖଣ୍ଡ ର କାଶିଆ ପାଟଣା ସାହି ରେ ଏକାଧିକ କରୋନା ସଂକ୍ରମିତ ଜଣାପଡିବା ପରେ ଏହି ୩ଟି ଗ୍ରାମକୁ କ୍ଷୁଦ୍ର ଆବଦ୍ଧାଚଂଳ ଘୋଷଣା କରାଯାଇଅଛି ।

କିନ୍ତୁ ବାସ୍ତବ କ୍ଷେତ୍ରରେ ଆବଦ୍ଧାଚଂଳରେ କୈାଣସି ଆବଦ୍ଧ ନାହିଁ  କି ଜନସଚେତନତା ହୋଇନାହିଁ । ମୟୁରଝାଲିଆର ସମାଜ ସେବୀ ରମେଶ ରାଉତ ଓ ସୁରେନ୍ଦ୍ର ନାଥ କଳସ ଏଥିପାଇଁ କ୍ଷୋଭ ପ୍ରକାଶ କରିଥିବା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସଂର୍ପକେ ତହସିଲ୍ ଦାର୍ ଅଶୋକ ପଟ୍ଟନାୟକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ କେବଳ ସରକାରୀ ନିୟମ ଅନୁଯାୟୀ ରାଜସ୍ୱ ଅଧିକାରୀ ,ବ୍ଲକ୍ ପ୍ରଶାସନ ଓ ପୋଲିସ୍ ପ୍ରଶାସନ କୁ ଘୋଷଣା କରାଯାଇଥିବା ଆବଦ୍ଧାଚଂଳ ର  ତାଲିକା ପଠାଇବୁ । ବ୍ଲକ୍ ପ୍ରଶାସନ ର ଦାୟିତ୍ୱ ସେ ସେ ଅଂଚଳକୁ ଆବଦ୍ଧ କରିବା ଓ ଜନ ସଚେତନତା ସୃଷ୍ଟି କରିବା । ଏ ସଂର୍ପକେ ରଣପୁର ବ୍ଲକ୍ କରୋନା ଦାୟିତ୍ୱ ପରିଚାଳନା କରୁଥିବା  ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ କ୍ଷୁଦ୍ର ଆବଦ୍ଧାଚଂଳ ଘୋଷଣା ହୋଇଥିବା ଗ୍ରାମକୁ ଆବଦ୍ଧ ଓ ଜନସଚେତନତା ପାଇଁ ପ୍ରଚାର ଦାୟିତ୍ୱ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଚିଠି କରି ଜଣାଇ ଦେଇଛୁ । ବାସ୍ତବ କ୍ଷେତ୍ରରେ କ୍ଷୁଦ୍ର ଆବଦ୍ଧାଚଂଳ କାଗଜ କଲମରେ ଅଟକି ରହିଥିବାର ଅଭିଯୋଗ ହେଉଛି । ନାହିଁ ସଚେତନତା କି ନାହିଁ ଆବଦ୍ଧ । ଜିଲ୍ଲା ଉଚ୍ଚ କର୍ତ୍ତୁ ପକ୍ଷ କରୋନା ସଂକ୍ରମଣ କୁ ରୋକିବା ପାଇଁ ରଣପୁର ବ୍ଲକ୍ ପ୍ରତି ଅଧିକ ଦୃଷ୍ଟି ଦେବାକୁ ଜନସାଧାରଣ  ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.