Home Top News ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

47

କେନ୍ଦୁଝର ୩୦-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଆଇରନ ବୋଝେଇ ହେଇଥିବା ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି। ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ୱୀପ ବନ୍ଦର ଯାଉଥିବା ଜଣାପଡିଛି। ଟ୍ରେନ ଟି କେନ୍ଦୁଝରଗଡ଼ ଷ୍ଟେସନ ଭିତରକୁ ପଶୁଥିବା ବେଳେ ଟ୍ରାକ ଚେଞ୍ଜ ବେଳକୁ ଟ୍ରେନର ମଝି ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହା ଫଳରେ କାହାର କିଛି ଅଘଟଣ ଘଟିନଥିବା ବେଳେ ରେଲୱେ ବିଭାଗର ଅଧିକାରୀ ପହଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକରୁ ଓହ୍ଲାଇବାକୁ ଉଦ୍ୟମ ଚାଲିଥିବା ବେଳେ କିପରି ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବ ବୋଲି ଜଣାପଡିଛି। ପ୍ରକାଶ ଯେ ଗତ ୨୮ ତାରିଖ ଦିନ ଉକ୍ତ ସ୍ଥାନରେ ଅନ୍ୟ ଏକ ମାଲ ବାହି ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ସେଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆଜି ମଧ୍ୟ କାହାର କିଛି ହୋଇନାହିଁ। ଵର୍ତମାନ ଏହି ରୁଟ ଦେଇ କୌଣସି ଯାତ୍ରୀବାହୀ ଟ୍ରେନ ଯାଉ ନଥିବା ବେଳେ ତିନି ଦିନ ମଧ୍ୟରେ ଦୁଇ ଦୁଇଥର ଲାଇନଚ୍ୟୁତ ନେଇ ରେଳବିଭାଗ ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.