Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସମଗ୍ର ସଂସ୍କୃତିରେ ନୂତନ ମହିଳା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସମଗ୍ର ସଂସ୍କୃତିରେ ନୂତନ ମହିଳା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

51

କୋରାପୁଟ ୧୦-୦୭(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ସେଲ(ଆଇକ୍ୟୁଏସି)ଆନୁକୁଲ୍ୟରେ ସମଗ୍ର ସଂସ୍କୃତିରେ ନୂତନ ମହିଳା ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଏକ ସଫଳ କାର୍ଯ୍ୟକ୍ରମ ପାଇଁ ଶୁଭେଛା ଜଣେଇବା ସହ ଭାଷା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂସ୍କୃତିରେ ନୂତନ ମହିଳାଙ୍କ ସାହିତ୍ୟରେ ପ୍ରତିଫଳନ ବୁଝିବାରେ ସକ୍ଷମ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାପୀଠର ଡିନ ତଥା ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ନୂତନ ଦୁନିଆରେ ମହିଳାମାନେ ନୈତିକ  ଅଧିକାର ଓ ନୈତିକ ଦାୟିତ୍ୱର ସହିତ ପୁରୁଷମାନଙ୍କ ସହ ସମକକ୍ଷ ଅଟନ୍ତି ଯଦିବା ଭିନ୍ନ ଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଭିନ୍ନ ଅଟେ ବୋଲି ସେ ପ୍ରକାଶ କରିଛନ୍ତି ।ନୂତନ ମହିଳାଙ୍କ ଧାରଣା ନାରୀବାଦର ଏକ ପରିଣାମ ଯେପରି ହେଲେନ ସେକ୍ସ ଓ ଲୁସ ଇରିଗାରେଙ୍କ ପରି ମୈାଳିକ ନାରୀବାଦୀଙ୍କ ଦ୍ୱାରା ପ୍ରବର୍ତିତ ସତ୍ୟ ଉପରେ  ଇଂରାଜୀ ବିଭାଗର ପରିଦର୍ଶକ ପ୍ରଫେସର ଇ.ରାଜା ରାଓ ମୁଖ୍ୟବକ୍ତାଭାବେ ଯୋଗଦେଇ ଗୁରୁତ୍ୱରୋପ କରିଥିଲେ ।ପ୍ରଫେସର ଅକ୍ଷୟ ରାଉତ ,ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ  ଓ ପ୍ରଫେସର କେ.କାମେଶ୍ୱର ଯୋଗଦେଇ ଏହି ପ୍ରସଙ୍ଗରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତା ପରେ ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗର ଡ.ଭି.ଆର.ବଡିଗର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଅସିତ କୁମାର ଦାସ ଏବଂ ଲøାକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟାରେ ଅଧ୍ୟାପକ , ଅଧ୍ୟାପିକା ,ଗବେଷଣା ବିଦ୍ୱାନ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.