Home ଓଡ଼ିଶା ବାରିପଦା ଓ ନିଳଗିରୀ ସେବାୟତ ଘୋଷଯାତ୍ରା ବିକଳ୍ପ ପାଇଁ ରଣପୁର ଜଗନ୍ନାଥ ମନ୍ଦିର ରେ ପହଂଚିଲେ

ବାରିପଦା ଓ ନିଳଗିରୀ ସେବାୟତ ଘୋଷଯାତ୍ରା ବିକଳ୍ପ ପାଇଁ ରଣପୁର ଜଗନ୍ନାଥ ମନ୍ଦିର ରେ ପହଂଚିଲେ

96

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୭- ଓଡିଶା ରେ ମାନ୍ୟବର ଭାରତ ର ମୁଖ୍ୟ ଅଦାଲତ ଙ୍କ ରାୟ ପରେ କେବଳ ଶ୍ରୀକ୍ଷେତ୍ର ବ୍ୟତିତ ଅନ୍ୟସବୁ ଜଗନ୍ନାଥ ମନ୍ଦିର ରେ ଘୋଷଯାତ୍ରା ବନ୍ଦ ହୋଇଯାଇଛି । ଯାହା କୁ ନେଇ ଓଡିଶା ମନ୍ଦିର ସେବାୟତ ସଂଘ ଉଦବେଗ୍ ପ୍ରକାଶ କରିଛି । ଘୋଷଯାତ୍ରା ହେଉଛି ଦ୍ୱାଦଶ ଯାତ୍ରା ର ଅନ୍ୟତମ ମୁଖ୍ୟ ଯାତ୍ରା । ସନାତନ ଧର୍ମ ଜଗନ୍ନାଥ ସଂସ୍କୃତି ନୀତିକାନ୍ତି ଅନୁଯାଇ ଘୋଷଯାତ୍ରା ର ବିକଳ୍ପ ନାହିଁ  । କାରଣ ଅଣସର ଗୃହ ରୁ ବାହାରିବା ପରେ ଶ୍ରୀଜିୟୁ ମାନେ ରତ୍ନ ବେଦୀ ରୁ ଜନ୍ମବେଦୀ କୁ ରଥାରୁଢ ହୋଇ ଘୋଷଯାତ୍ରା କରିଥାନ୍ତି । ଗତବର୍ଷ ରଣପୁର ରେ ଘୋଷଯାତ୍ରା ବନ୍ଦ ଯୋଗୁଁ ରଣପୁର ଜଗନ୍ନାଥ ସେନା ଓ ସେବାୟତ ସଂଘ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ଅନୁଯାଇ ପ୍ରାୟଶ୍ଚିତ କରିବାକୁ ପଡିଥିଲା ।

ତେଣୁ ଘୋଷଯାତ୍ରା ର ବିକଳ୍ପ ପାଇଁ ଓଡିଶା ମନ୍ଦିର ସେବାୟତ ମହାସଂଘ ର ସଭାପତି ତଥା ବାରିପଦା ଜଗନ୍ନାଥ ମନ୍ଦିର ର ସେବାୟତ କାମେଶ୍ୱର ତ୍ରିପାଠୀ ଓ ନିଳଗିରୀ ଜଗନ୍ନାଥ ମନ୍ଦିର ର ସେବାୟତ ବ୍ରହ୍ମା ପୁଣ୍ୟଶ୍ଲୋକ ନନ୍ଦ ରଣପୁର ଜଗନ୍ନାଥ ମନ୍ଦିର ରେ ପହଂଚି ରଣପୁର ସେବାୟତ ସଂଘ ଓ ରଣପୁର ଜଗନ୍ନାଥ ସେନା ସହ ଘୋଷଯାତ୍ରା ର ବିକଳ୍ପ ପାଇଁ ଆଲୋଚନା କରୁଥିବା ଜଣାପଡିଛି । ସେମାନଙ୍କ ଅଭିଯୋଗ ଅନୁଯାଇ ପୁରୀ ର ଗଜପତି ରାଜା ଓ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଘୋଷଯାତ୍ରା ବନ୍ଦ ପାଇଁ ମାନ୍ୟବର ଅଦାଲତ ରେ ଦେଇଥିବା ମତ ଅନ୍ୟ ଜଗନ୍ନାଥ ମନ୍ଦିର ର ନିତୀକାନ୍ତ ଓ ଭକ୍ତ ଙ୍କ ଭାବାବେଗ କୁ କୁଠାରାଘାତ କରିଛି । ଏଥିରେ ଓଡିଶା ସେବାୟତ ସଂଘ ର ଉପ ସଭାପତି ତଥା ରଣପୁର ର ସେବାୟତ ହରିହର ନନ୍ଦ , ପ୍ରଫୁଲ କୁମାର ନନ୍ଦ ଓ ଜଗନ୍ନାଥ ସେନାର ପ୍ରିୟବ୍ରତ ପ୍ରହରାଜ , ବିରଜା ମିଶ୍ର , ଅଶୋକ ଦାଶ ଓ ଲିଙ୍ଗରାଜ ନାୟକ ଆଦି ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ଆଲୋଚନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.