Home କୋରାପୁଟ ଓଡିଶାର ନିର୍ମାଣଧିନ ସ୍କୁଲ କାର୍ଯ୍ୟକୁ ଆନ୍ଧ୍ରର ବିରୋଧ

ଓଡିଶାର ନିର୍ମାଣଧିନ ସ୍କୁଲ କାର୍ଯ୍ୟକୁ ଆନ୍ଧ୍ରର ବିରୋଧ

59

କୋରାପୁଟ ୧୦-୦୭(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଂଚୟତର ତାଡିବାଲସାଠାରେ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆନ୍ଧ୍ରର ପୋଲିସ ପହଂଚି ବିରୋଧ କରି କାର୍ଯ୍ୟବନ୍ଦ କରିଦେଇଥିଲେ ।ସଂପୂକ୍ତ ଠିକାଦାର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ନାହାକଙ୍କ ଜଣାଇଥିଲେ ।ଏହାପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ  ଆନ୍ଧ୍ର ତରଫରୁ କାର୍ଯ୍ୟବନ୍ଦ କରାଯାଇଥିବା ଜଣାଇଥିଲେ ।କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଟ୍ଟାଙ୍ଗୀ ତହସିଲଦାର ହରପଦ ମଣ୍ଡଳ , ପଟ୍ଟାଙ୍ଗୀ ଥାନା ଅଧିକାରୀ କୈବଳ ସେଠ ପ୍ରମୁଖ ତାଡିବାଲସା ଯାଇ ଆନ୍ଧ୍ର ପୋଲିସ ସହ କଥାବାର୍ତା ହୋଇଥିଲେ ।କଥାବାର୍ତାପରେ ଆନ୍ଧ୍ର ପୋଲିସ ଘଟଣାସ୍ଥଳରୁ  ଫେରିଯାଇଥିଲେ ବୋଲି ତହସିଲଦାର ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ତରଫରୁ ତାଡିବାଲସାରେ ରହିଥିବା ସ୍କୁଲର ମରାମତି ଓ ନୂତନ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୧ କୋଟି ୧୮ ଲକ୍ଷ ୯୮ ହଜାର ଟଙ୍କା ଅଟକଳ କରାଯାଇଥିଲା ।ତାଡିବାଲସାରେ ରହିଥିବା ସ୍କୁଲର ମରାମତି ଓ ୪ ଟି ଶ୍ରେଣୀ ଗୃହରେ ଷ୍ଟିଲଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ସହାୟକ ଭେଙ୍କେଟେଶ୍ୱର ମିଶ୍ର ସୂଚନା ଦେଇଛନ୍ତି । ୮୮ ଲକ୍ଷ ୯୮ ହଜାର ଟଙ୍କା ବିନିମୟରେ ନୂତନ ଆବାସିକ ବିଦ୍ୟାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.