Home କେନ୍ଦୁଝର ବାଟରୁ ବିକିଦେଲେ ଭେକ୍ସିନି, ସରଳାରେ ଉତ୍ତେଜନା

ବାଟରୁ ବିକିଦେଲେ ଭେକ୍ସିନି, ସରଳାରେ ଉତ୍ତେଜନା

135

ହାଟଡ଼ିହି, ୨୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାର କୋଭିଡ ଟୀକା କରଣ କାର୍ଯ୍ୟ ଗୁରୁତର ସହ ନେଇଥିବାବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହା ଏବେ ସୁବର୍ଣ୍ଣ ସୁଯୋଗ ପାଲଟିଛି । ଆଜି କିଛି କର୍ମଚାରୀ ଟୀକା ଦେବାକୁ ଟୀକାକରଣ କେନ୍ଦ୍ରକୁ ଯାଉଥିବା ସମୟରେ ବାଟରୁ କିଛି ଟୀକାକୁ ବିକିଦେଇଥବବା ଅଭିଯୋଗ ହେବାରୁ ଟୀକାକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରରୁ ଜଣାଯାଇଛି ଆଜି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସରଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଟୀକାକରଣ କେନ୍ଦ୍ର ହୋଇଥିଲା । ଏଥିରେ ୧୨୦ଜଣଙ୍କୁ ଟୀକା ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା । ଫଳରେ ଲୋକମାନେ ସକାଳ ଠାରୁ ଏଠାରେ ଭିଡ ଜମାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବହୁ ବିଳମ୍ବରେ ପହଞ୍ଚିଲେ । ଏପରିକି ବାଟରୁ ସେମାନେ କିଛି ଟୀକା ବିକ୍ରୀ କରିଦେଇଥିବା ପ୍ରଚାର ହୋଇଯାଇଥିଲା । ଏହା ଶୁଣିବାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ଟୀକାବଟଲ ଗୁଡିକୁ ଖୋଲାଯିବାପରେ ସେଠାକୁ ଯାଇଥିବା ୧୨ବଟଲ ଟୀକାରୁ ଗୋଟିଏ ବଟଲ ଟୀକାର ସିଲ ଖୋଲାଥିବାବେଳେ ତା ଭିତରେ ବହୁ ଭେକସିନି ନଥିବା ଦେଖିବାକୁ ମିଳିଥିଲା । ଏନେଇ ଗାଁ ଲୋକମାନେ ପ୍ରତିବାଦ କରି ଟୀକାକେନ୍ଦ୍ରରେ ପାଟିତୁଣ୍ଡ କରିବାପରେ ଯାଇଥିବା କର୍ମଚାରୀମାନେ ଟୀକାକୁ ସେମାନଙ୍କ କିଛି ସମ୍ପର୍କୀୟ ମାନଙ୍କୁ ଦେଇଦେଇଥିବା ସ୍ୱୀକାର କରି କ୍ଷମା ମାଗିବାପରେ ଲୋକମାନେ ଟୀକା ନେଇଥିଲେ । କିନ୍ତୁ ଖୋଲାଥିବା ଭେକସିନିକୁ ପାଣି ମିସିଥିବ କହି କେହି ନେବାକୁ ରାଜି ହୋଇ ନଥିଲେ । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ପାଇଛନ୍ତି ଏନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.