Home ଓଡ଼ିଶା ଆଜି ରଥଯାତ୍ରା – ଏ ସବୁ ସର୍ତ୍ତ ସହ ହେବ ରଥଯାତ୍ରା

ଆଜି ରଥଯାତ୍ରା – ଏ ସବୁ ସର୍ତ୍ତ ସହ ହେବ ରଥଯାତ୍ରା

194

ପୁରୀ ୨୩-୬ (ଓଡ଼ିଆ ପୁଅ) ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀରେ ହେବ ରଥଯାତ୍ରା। ତେବେ କ’ଣ ରହିଛି ସର୍ତ୍ତ ଜାଣନ୍ତୁ।
୧. ପୁରୀ ସହରର ସମସ୍ତ ପ୍ରବେଶ ପଥ ବନ୍ଦ ରହିବ
୨- ରେଳଷ୍ଟେସନ, ବଡ଼ଦାଣ୍ଡ ବନ୍ଦ ରହିବ।
୩- ରଥ ଗଡ଼ିବା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ।
୪ – ସର୍ବାଧିକ ୫୦୦ ବ୍ୟକ୍ତି ପ୍ରତ୍ୟେକ ରଥକୁ ଟାଣି ପାରିବେ।
୫- ସମସ୍ତଙ୍କର କରୋନା ପରୀକ୍ଷା କରାଯିବ।
୬ – କୋଭିଡ୍ ପରୀକ୍ଷାରେ ନେଗେଟିଭ୍‌ ଆସିଲେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ।
୭ – ୫୦୦ ଜଣଙ୍କ ମଧ୍ୟରେ ପୁଲିସ ଏବଂ ଅଧିକାରୀ ରହିବେ।
୮ – ଦୁଇଟି ରଥ ଟଣା ହେବା ମଧ୍ୟରେ ଗୋଟିଏ ଘଣ୍ଟାର ବିରତି ରହିବ।
୯ – ରଥ ଟଣାରେ ସାମିଲ ହେଉଥିବା ବ୍ୟକ୍ତିମାନେ ରଥ ଟଣା ପୂର୍ବରୁ ଓ ପରେ ସାମାଜିକ ଦୂରତା ପାଳନ କରିବେ।
୧୦. କରୋନା ଟେଷ୍ଟରେ ନେଗେଟିଭ ଆସିଥିବା ବ୍ୟକ୍ତିମାନେ ହିଁ ରୀତିନୀତିରେ ସାମିଲ ହେବେ।
୧୧ – ରଥଯାତ୍ରା ଆୟୋଜନ କରିବାର ଦାୟିତ୍ବ ସର୍ତ୍ତ ଓ ଅନ୍ୟାନ୍ୟ ନିୟମ ସହିତ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଇନଚାର୍ଜଙ୍କର ରହିବ।
୧୨ – ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ରଥଯାତ୍ରା ଓ ରୀତିନୀତିର ମାଗଣାରେ ଉତ୍ତୋଳନ କରାଯାଇପାରିବ। ଟିଭି କ୍ୟାମେରା ଲଗାଇବା ପାଇଁ ଅନୁମତି ରାଜ୍ୟ ସରକାର ଦେବେ।
୧୩ – ରାଜ୍ୟ ସରକାର ଆବଶ୍ୟକ ସାହାଯ୍ୟ କେନ୍ଦ୍ର ସରକାରଙ୍କ ପାଖରୁ ନେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.