Home ଓଡ଼ିଶା ରଗ୍‌ବି ଖେଳାଳି ସ୍ୱର୍ଣ୍ଣପଦକ ବିଜୟିନୀ ସୁଜାତାଙ୍କୁ ସର୍ମ୍ବଧନା

ରଗ୍‌ବି ଖେଳାଳି ସ୍ୱର୍ଣ୍ଣପଦକ ବିଜୟିନୀ ସୁଜାତାଙ୍କୁ ସର୍ମ୍ବଧନା

40

ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଓଡିଶାର ସ୍ୱର୍ଣ୍ଣପଦକ ବିଜେତା ରଗ୍‌ବି ଖେଳାଳି ସୁଜାତା ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଟିଆ ଗ୍ରାମ ପଞ୍ଚାୟତ ଗିରିଣ୍ଡା ଗ୍ରାମରେ ଅବହେଳିତ ଭାବରେ ରହିଥିଲେ । ଗଣମାଧ୍ୟମରେ ସୁଜାତା ଙ୍କ ବିଷୟରେ ଖବର ପ୍ରକାଶନ ପରେ ସେ ଲୋକଲୋଚନକୁ ଆସିଥିଲେ । ଫଳରେ ପଟିଆ ଗ୍ରାମ ପଞ୍ଚାୟତ ପରିସରେ ଅକ୍ଟୋବର ୧୬ ତାରିଖରେ ଏକ କରୋନା ସଚେତନତା ଓ ସର୍ମ୍ବଧନା ସଭା ଆୟୋଜନ କରାଯାଇଥିଲା  । ଏହି ସଭାରେ ରଗ୍‌ବି ଖେଳାଳି ଗିରିଣ୍ଡା ଗ୍ରାମର ବୋହୁ ସୁଜାତା ପ୍ରଧାନ ଙ୍କୁ ଉପଢୌକନ ସହ ସମ୍ବଧିର୍ତ କରାଯାଇଥିଲା  ।

ସୁଜାତା କଳିଙ୍ଗ ଷ୍ଟାଡିୟମ୍ ରେ ରଗ୍‌ବି କୋଚିଙ୍ଗ୍ ନେଇ ଓଡିଶା ତରଫରୁ କେରଳ ଖେଳିବାକୁ ଯାଇଥିଲେ । ଓଡିଶା ପାଇଁ  ଗର୍ବ ଆଣିବା ସହ  ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଥିଲେ  । ଯୁକ୍ତ ଦୁଇ ଶିକ୍ଷା ଶେଷପରେ  ୨୦୧୫ ମସିହାରୁ ଖେଳ ଛାଡିଦେଇଥିଲେ  । ତାପରେ ପଟିଆ ପଞ୍ଚାୟତ ଗିରିଣ୍ଡା ଗ୍ରାମରେ ବୋହୁ ହୋଇ ରହିଆସୁଥିଲେ  ।  ରଗ୍‌ବି ଖେଳାଳି  ସୁଜାତା  ଅବହେଳିତ ଭାବେ ରହିଥିବା ଖବର ପ୍ରକାଶନ ପରେ କନ୍ଧମାଳ ସାସଂଦ ଅଚ୍ୟୁତ ସାମନ୍ତ ସୁଜାତା ଙ୍କ ନିକଟକୁ ଆସି ତାଙ୍କ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ଦେଇଛନ୍ତି । ଏହି ସର୍ମ୍ବଧନା ଉତ୍ସବରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ ସର୍ମ୍ବଧିତ କରିଛନ୍ତି । ଉତ୍ସବରେ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ, ପ୍ରଧାନ ଶିକ୍ଷକ ଗଦାଧର ବେହୁରା , ପ୍ରଧାନ ଶିକ୍ଷକ ବନଲତା ବେହେରା ,ରାଜସୁନାଖଳା ଡାକ୍ତର ବିଶ୍ୱଜିତ୍ ମହାପାତ୍ର , ସରପଞ୍ଚ ପଭାତ କୁମାର ସାହୁ  ଓ ପଞ୍ଚାୟତର ବହୁ ପୁରୁଷ ମହିଳା ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନାୟକ  ସଭା ପରିଚାଳନା କରିଥିଲେ । ରଗ୍‌ବି ଖେଳାଳି ବଣମଲ୍ଲୀ ସୁଜାତା ସମସ୍ତ ଶ୍ରେୟ ଗଣମାଧ୍ୟମ କୁ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.