Home ଓଡ଼ିଶା ପ୍ରଫେସର ପି.କେ.ଦାଶ ପାଇଲେ ‘ଦିବ୍ୟାଲୋକ ସନ୍ଧାନେ-୨୦୨୦’ ସମ୍ମାନ

ପ୍ରଫେସର ପି.କେ.ଦାଶ ପାଇଲେ ‘ଦିବ୍ୟାଲୋକ ସନ୍ଧାନେ-୨୦୨୦’ ସମ୍ମାନ

248

କଟକ,୫ା୧ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ଧର୍ମ, ତତ୍ୱ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଓଡ଼ିଶାର ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ୧୯ତମ ସ୍ୱନକ୍ଷତ୍ର ଉପଲକ୍ଷେ ଏକ ମହାସତ୍‌ସଙ୍ଗ୍ ଏବଂ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ କଟକ ମହାନଦୀ ବିହାରସ୍ଥିତ ମହାନଦୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ମନୁଷ୍ୟ ଜୀବନର ଲକ୍ଷ୍ୟ ଏବଂ କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ପ୍ରସିଦ୍ଧ ବେଦ ବିଦ୍ୱାନ ତଥା ୨୦୦୦ ମସିହା ଜାତିସଂଘର ଶାନ୍ତି ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବା ପୂଜନୀୟ ସନ୍ଥ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀ ମହାରାଜ ଉଦ୍‌ଘାଟକ ଭାବେ ଯୋଗଦେଇ ମଣିଷ ଯେ ପର‌୍ୟ୍ୟନ୍ତ ଈଶ୍ୱରଙ୍କୁ ନିଜ ଭିତରେ ନ ଚିହ୍ନି ପାରିଛି ସେପର‌୍ୟ୍ୟନ୍ତ ତା’ର ଜୀବନ ଏବଂ ଜନମ ବୃଥା ବୋଲି ମତବ୍ୟକ୍ତ କରିଥିଲେ । ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ସଭାପତିତ୍ୱରେ ଉକ୍ତ ସତ୍‌ସଙ୍ଗ୍‌ରେ ମାନ୍ୟବର ପଶୁ ଓ ମତ୍ସ୍ୟପାଳନ, ଅଣୁ, କ୍ଷୁଦ୍ର, ମଧ୍ୟମ ଓ ଉଦ୍ୟୋଗ ବିକାଶ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବନର ବାସ୍ତବ ଲକ୍ଷ୍ୟଟି ଈଶ୍ୱରପ୍ରାପ୍ତି ଏବଂ ସେ ଈଶ୍ୱରଙ୍କୁ ପ୍ରଥମେ ନିଜ ଭିତରେ ଖୋଜାଯାଉ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ତଥା ଏମ୍‌ବିସି ଚ୍ୟାନେଲ୍‌ର ଉପସଭାପତି ପଣ୍ଡିତ ବିଶ୍ୱନାଥ ଶତପଥୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ବିଶ୍ୱାଳ, ସିଦ୍ଧଗିରି ପୀଠର ମହାନ୍ତ ବିଶ୍ୱନାଥ ଦାସ ପ୍ରମୁଖ ଯୋଗଦେଇ ସମସ୍ତଙ୍କ ଭିତରେ ଦିବ୍ୟ ଆଲୋକ ଅଛି, ତାହା ହିଁ ଈଶ୍ୱର, ଆଲ୍ଲା, ଭଗବାନ ସବୁକିଛି ବୋଲି ମତ ଦେଇଥିଲେ । ଉକ୍ତ ସତ୍‌ସଙ୍ଗ୍‌ରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ବର୍ଦ୍ଧନା ତଥା ‘ଦିବ୍ୟାଲୋକ ସନ୍ଧାନେ ୨୦୨୦’କୁ ଅନ୍ତର୍ଜାତୀୟ ପ୍ରସିଦ୍ଧ ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଯୋଗାଚାର‌୍ୟ୍ୟ ଏବଂ ସଦ୍‌ଭାବନା ସମ୍ମାନରେ ଆଚାର‌୍ୟ୍ୟ ରଫିକ୍ ଖାନ୍‌ଙ୍କୁ ସମ୍ମାନିତ କରାଯାଇଥିବାବେଳେ ନିଆଳିର ସ୍ମୃତିରଞ୍ଜନ ରାଉତଙ୍କୁ ସାଧୁତା ସମ୍ମାନ, ଅନୁଗୁଳର ସମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କୁ ଶ୍ରୀନାରଦ ସମ୍ମାନ, ଖୋର୍ଦ୍ଧା ବଘେଇଟାଙ୍ଗୀର ଗାୟକ ପ୍ରଭାତ କୁମାର ସାହୁଙ୍କୁ ଗାୟକ ଯୁଗସୂର‌୍ୟ୍ୟ ସମ୍ମାନ, ଭୁବନେଶ୍ୱରର ଜ୍ୟୋତିର୍ବିତ ପ୍ରଫେସର ଗଜେନ୍ଦ୍ର କୁମାର ନାଥଙ୍କୁ ଜ୍ୟୋତିଷଗୌରବ ସମ୍ମାନ, ଅନ୍ତର୍ଜାତୀୟ ବାସ୍ତୁ ବିଷେଶଜ୍ଞ ଡ. ମନୋଜ କୁମାର ଲେଙ୍କାଙ୍କୁ ବାସ୍ତୁ ସିଦ୍ଧାନ୍ତଦର୍ଶୀ ସମ୍ମାନ, ଖୋର୍ଦ୍ଧାର ସୁଶ୍ରୀ ବୀଣାପାଣି ଦାସଙ୍କୁ ଆଦର୍ଶ ପ୍ରଧାନଶିକ୍ଷକ ସମ୍ମାନ, କଟକର ସମୀର କୁମାର ମିଶ୍ରଙ୍କୁ ଆଦର୍ଶ ଅଧିବକ୍ତା ସମ୍ମାନ, ଯୁବ ସମାଜସେବୀ ଚିନ୍ମୟ ପାତ୍ରଙ୍କୁ ସଚ୍ଚା ଗୋ-ସେବକ ସମ୍ମାନ, ମହୀଧରପଡ଼ା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡକ୍ଟର ଦେବଦତ୍ତ ପ୍ରଧାନଙ୍କୁ ଶିକ୍ଷକରତ୍ନ ସମ୍ମାନ, ନବକିଶୋର ଦଳାଇଙ୍କୁ ଗ୍ରାମପ୍ରେମୀ ସମ୍ମାନ ଆଦିରେ ସମ୍ମାନିତ କରାଯାଇଥିଲା । ଏତଦ୍‌ବ୍ୟତୀତ ୧୦୦ଟି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ଛାତ୍ରଛାତ୍ରୀ ସମ୍ମାନରେ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟଙ୍କ ‘ଭଜନ ବିଶ୍ୱପତି’ ଏବଂ ଲେଖକ ଈଶ୍ୱର କୁମାର ନାୟକଙ୍କ ଇଂରାଜୀ ପୁସ୍ତକ ‘ଏନ୍‌ଜୟ ୟୋର ଓଲଡ୍ ଏଜ୍‌’ ପୁସ୍ତକ ଦ୍ୱୟ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ସ୍ୱାଗତ ଭାଷଣ ଓ ଅତିଥି ଆବାହନ କରିଥିôବାବେଳେ ପତ୍ରିକାର ସମ୍ପାଦକ ଇଂ. ଶ୍ରୀସନ୍ନ୍ୟାସୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସତ୍ୟସାଇ ଭଜନମଣ୍ଡଳୀ ସଇନ୍ଧାର ଛାତ୍ରୀମାନଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ଶେଷରେ ପରିଚାଳନା ସମ୍ପାଦକ ଇଂ. ବିପ୍ଲବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମକୁ ଯୁଧିଷ୍ଟିର ଭୋଳ, ଇଂ. ରାମଚନ୍ଦ୍ର ବେହେରା, ଇଂ. ସୌମ୍ୟରଞ୍ଜନ ଜେନା, ଦିଲୁ ମଲ୍ଲିକ, ଇଂ. ମନୋରଞ୍ଜନ ମହାନ୍ତି, ଇଂ. ମିଥୁନ ନାୟକ, ଇଂ. ଦୀପକ ରାଉତ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମହାପାତ୍ର, ପ୍ରତାପ କେଶରୀ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.