Home ଜିଲ୍ଲା ପରିକ୍ରମା ଭାରତ ବନ୍ଦ କୁ ସଫଳ କରିବାକୁ କିସାନ ମୋର୍ଚ୍ଚା ଓ ଅନେକ ସଂଗଠନ ର ଗୁରୁତ୍ୱ...

ଭାରତ ବନ୍ଦ କୁ ସଫଳ କରିବାକୁ କିସାନ ମୋର୍ଚ୍ଚା ଓ ଅନେକ ସଂଗଠନ ର ଗୁରୁତ୍ୱ ପୁର୍ଣ ବୈଠକ

49

ବଲାଙ୍ଗୀର ୨୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିରରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି। ସହରର ସମସ୍ତ ଛୋଟ ବଡ ସଂଗଠନ ଏହି ବନ୍ଦରେ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି। ସମସ୍ତଙ୍କ ସମର୍ଥନ କ୍ରମେ ସୋମବାର ଦିନ ଜିଲ୍ଲାରେ ଅଖଚକ, ଦୋକାନ, ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ୧୨ ଘଣ୍ଟା କାଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଏହି ବନ୍ଦରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯିବ ବୋଲି ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ କୁହାଯାଇଛି। ତିନି କଳା କୃଷି ଆଇନକୁ ଗତ ୯ ମାସ ହେଲା ଚାଷୀକୁଳ ତୀବ୍ର ବିରୋଧ କରିବା ସହ ଏହାକୁ ଫେରାଇ ନେବା ପାଇଁ ଆନ୍ଦୋଳନ ଜାରି ରଖିଛି। କେନ୍ଦ୍ରୀୟ କିସାନ ସଂଗଠନ ଏହା ବିରୋଧରେ ଆସନ୍ତା ୨୭ରେ ଭାରତ ବନ୍ଦର ଡାକରା ଦେଇଛି। ବଲାଙ୍ଗିର ଜିଲ୍ଲାରେ ଏହି ବନ୍ଦକୁ ଜୋରଦାର ଭାବେ ପାଳନ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚା ଅଣ୍ଟା ଭିଡିଛି।

ଆସନ୍ତାକାଲି ସହରର ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା କରାଯାଇ ଜନସାଧାରଣଙ୍କ ସମର୍ଥନ ଲୋଡାଯିବ। ସେହିପରି ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରେ ମଧ୍ୟ ବିଭିନ୍ନ ସଂଗଠନ କୁ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରାଯାଇଛି। ଏ ନେଇ ସମସ୍ତଙ୍କ ସମର୍ଥନ କ୍ରମେ ଜିଲ୍ଲାକୁ ୧୨ଘଣ୍ଟା ପାଇଁ ସଂପୁର୍ଣ୍ଣ ବନ୍ଦ କରାଯିବ ବୋଲି ସଂଯୁକ୍ତ ମୋର୍ଚ୍ଚା ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.