Home ଓଡ଼ିଶା ଓଡିଆ ପୁଅ ରଣପୁର ବିଧାୟକ ଙ୍କ ଧାନ ଜମି ରେ ପିଠା ପୋତା

ଓଡିଆ ପୁଅ ରଣପୁର ବିଧାୟକ ଙ୍କ ଧାନ ଜମି ରେ ପିଠା ପୋତା

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୮-  ସନାତନ ଧର୍ମ , ହିନ୍ଦୁ  ସଂସ୍କୃତି  ସହ ଜଡିତ ହୋଇ ରହିଛି ବାର ମାସରେ ତେର ଯାତ୍ରା ଚିତାଲାଗି ଅମାବାସ୍ୟା ରେ ଚିତୋଉ ପର୍ବ ଶ୍ରୀ ମନ୍ଦିର ଠାରୁ ଆରମ୍ଭ କରି  ପ୍ରତ୍ୟେକ ମଠ ମନ୍ଦିର ଓ ପ୍ରତ୍ୟେକ ହିନ୍ଦୁ ପରିବାର ରେ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ଓଡିଆ ପୁଅ ହିସାବ ରେ ଭୁଲି ପାରିଲେନି ପିଠା ପୋତା । ପ୍ରତ୍ୟେକ ହିନ୍ଦୁ ଚାଷୀ ପରିବାର ନିଜର ଧାନ କ୍ଷେତ ରେ ଶୁଦ୍ଧ ପୁତ ଭାବେ ଚିତାଲାଗି ଅମାବାସ୍ୟା ଦିନ ଚିତୋଉ ପିଠା ପୋତି ପୁଷ୍ପ ଦୁଗ୍ଧ ଓ ଧୂପ ଦେଇ ମହାଲକ୍ଷ୍ମୀ ଙ୍କୁ ଅଧିକ ରୁ ଅଧିକ ଶସ୍ୟ ଉତ୍ପନ୍ନ ପାଇଁ ନିବେଦନ କରିଥାନ୍ତି । ସେହି ମର୍ମ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓଡିଆ ପୁଅ ହିସାବ ରେ ଖତିଆ ଗ୍ରାମପଞ୍ଚାୟତ ମହୁଲିଆ ଠାରେ ଧାନ କ୍ଷେତରେ ଚିତୋଉ ପିଠା , ଦୁଗ୍ଧ , ପୁଷ୍ପ ଓ ଧୂପ ଦେଇ ପୋତିଥିବା ଦେଖିବାକୁ ମିଳିଛି ।

ଏଥିସହ ବର୍ଷାର ସ୍ୱଳ୍ପତା ଯୋଗୁଁ ଦେଖାଦେଇଥିବା ମରୁଡି ସମସ୍ୟା ରେ ଖତିଆ , ବେଗୁନିଆଁ ପାଟଣା , ଭଞ୍ଜନଗର , ଜଗନ୍ନାଥ ପ୍ରସାଦ ,  ଦର୍ପନାରାୟଣପୁର , ଗୋପୀନାଥପୁର , ବାପୁଜୀପଲ୍ଲୀ , ଗୁଣ୍ଡୁରାବାଡି , ମରଦକୋଟ , କାକଲମା , ଡେଙ୍ଗାଝରି, ବାୟାପଲ୍ଲୀ  ଓ ଲୁଣିସାହି ଆଦି ଗ୍ରାମ ବୁଲି ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡିଛି । ଏହି ଚିତୋଉ ପିଠା ପୋତା ଅବସର ରେ ତାଙ୍କ ସହିତ ସାମିଲ୍ ହୋଇଥିଲେ ପୁରୀ ଜିଲ୍ଲା ସାଂସଦ ଙ୍କ ରଣପୁର ବ୍ଲକ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ବିଜୁ ଜନତା ଦଳ ର ରଣପୁର ବ୍ଲକ ସଭାପତି ପାଣ୍ଡବ ସେଠୀ  ଓ ବିଜୁ ଜନତା ଦଳ ର ବରିଷ୍ଠ ନେତା ନରୋତ୍ତମ ସାହୁ  ପ୍ରମୁଖ । ବିଧାୟକ ଙ୍କ ଓଡିଆ ପୁଅ ହିସାବ ରେ ଏତାଦୃଶ କାର୍ଯ୍ୟକୁ କୃଷକ ଓ ପରିବାର ପସନ୍ଦ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.