Home ଓଡ଼ିଶା ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ: ଅଟଳ ସମ୍ମାନ- ୨୦୨୧...

ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ: ଅଟଳ ସମ୍ମାନ- ୨୦୨୧ ପ୍ରଦାନ

44

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ୯୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଅଟଳ ଜୀ’ଙ୍କ ଜନ୍ମ ଦିବସ (ଡିସେମ୍ବର ୨୫) ଆଜିର ଦିନଟିକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଟଳ ଜୀ’ଙ୍କ ଜନ୍ମ ଦିବସ ଅବସରରେ “ଅଟଳ ସମ୍ମାନ- ୨୦୨୧” ପ୍ରଦାନ କରାଯାଇଛି। ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାଜପା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଭଦ୍ରକ, କେଦାରପୁର ଅଞ୍ଚଳର ସରସ୍ୱତୀ ସେନାପତିଙ୍କୁ ଚଳିତ ବର୍ଷ ପାଇଁ “ଅଟଳ ସମ୍ମାନ” ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ହରପ୍ରିୟା ସାହୁଙ୍କ ସଭାପତିତ୍ୱରେ ଭଦ୍ରକାଳୀ ମଣ୍ଡଳ ସ୍ଥିତ ଗ୍ରାମଦେବୀଙ୍କ ପରିସରରେ ଏଥି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରସ୍ୱତୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ୱତୀ ନିଜେ ଜଣେ ସ୍ୱାବଲମ୍ବୀ ମହିଳା ସହିତ ଆହୁରୀ କିଛି ମହିଳାଙ୍କୁ ମଧ୍ୟ ସେ ସ୍ୱାବଲମ୍ବୀ କରାଇ ପାରିଛନ୍ତି।ଏହି ଅବସରରେ ଅଧ୍ୟକ୍ଷା ହରପ୍ରିୟା ସାହୁ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ, ଭଦ୍ରକାଳୀ ମଣ୍ଡଳ ସାଧାରଣ ସମ୍ପାଦିକା ରୁକ୍ମିଣୀ ଘଡ଼େଇ, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ସାହୁଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ। ମଣ୍ଡଳ ସଭାପତି ନାରାୟଣ ସେନାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.