Home ଗଞ୍ଜାମ ଓଡ଼ିଶାର ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ପ୍ରତିଷେଧକ ଡୋଜ ନେଲେ : ନିର୍ଦ୍ଧିଷ୍ଟ ଔଷଧ ପ୍ରଦାନ...

ଓଡ଼ିଶାର ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ପ୍ରତିଷେଧକ ଡୋଜ ନେଲେ : ନିର୍ଦ୍ଧିଷ୍ଟ ଔଷଧ ପ୍ରଦାନ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

113

ବ୍ରହ୍ମପୁର: ୧୫/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ନିମ୍ନମାନର ପୋଲିଓ ଭେକ୍ସିନ ଯୋଗଣରୁ ଶିଶୁ ମାନଙ୍କୁ ପୋଲିଓ ନିରାକରଣ ଔଷଧ ଦିଆଯାଇପାରୁନାହିଁ। ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶନାମା ପରେ ବାୟୋମେଡ ସଂସ୍ଥା ଦ୍ୱାରା ଉତ୍ପାଦିତ ଓ ଯୋଗାଣ ହୋଇଥିବା ନିର୍ଦ୍ଧିଷ୍ଠ ଏକ ବ୍ୟାଚର ଭେକ୍ସିନ ଶିଶୁଙ୍କୁ ଦେବା ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସେହି ନିର୍ଦ୍ଦେଶ ମୁତାବକ ଭେକ୍ସିନ ଗୁଡିକୁ ଅଲଗା ରଖିବା ପୂର୍ବରୁ ଅନେକ ପରିମାଣର ଭେକ୍ସିନ ଶିଶୁଙ୍କୁ ଦିଆଯାଇସାରିଛି। କୌଣସି ଶିଶୁ ଠାରେ ପାର୍ଶ୍ଵ ପ୍ରତିକ୍ରିୟାର ଅଭିଯୋଗ ନାହିଁ। ତେବେ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ପୋଲିଓ ଭେକ୍ସିନ ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ବ୍ରହ୍ମାନନ୍ଦ ମିଶ୍ର ସୁଚାଇଛନ୍ତି ଯେ, ଯୋଗାଣ ହୋଇଥିବା ଭେକ୍ସିନ ଗୁଡିକ ନିମ୍ନମାନର ବୋଲି କ୍ୱାଲିଟି ଟେଷ୍ଟରୁ ସ୍ପଷ୍ଟ ହେବା ପରେ ତାହା ଶିଶୁଙ୍କୁ ଦେବାକୁ ବାରଣ କରାଯାଇଛି। ଅତି ଶୀଘ୍ର ପୋଲିଓ ଭେକ୍ସିନ ଜିଲ୍ଲାକୁ ଯୋଗାଇଦିଆଯିବା।

ଗଞ୍ଜାମ ଜିଲ୍ଲାର ଅବସ୍ଥା ଅନୁସାରେ ହିସାବ କଲେ ରାଜ୍ୟରେ ସମସ୍ତ ଜିଲ୍ଲାକୁ ସରକାରଙ୍କ ନିର୍ଦ୍ଦେଶନାମା ପହଁଚିବା ପୂର୍ବରୁ ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ଡୋଜ ଖାଇସାରିଛନ୍ତି। ଔଷଧ ବିଶେଷ କରି ଶିଶୁ ଔଷଧ ଯୋଗାଣ ପୂର୍ବରୁ ସରକାର ତାହାର ମାନ ପ୍ରତି ଉଦାସୀନ ରହିବା ସାଧାରଣରେ ପ୍ରଶ୍ନବାଚୀ ହୋଇରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.