Home Top News ଚଳିତ ବର୍ଷ ମାଟ୍ରିକ୍ ପାସ ହାର ୯୭.୮୯ ପ୍ରତିଶତ

ଚଳିତ ବର୍ଷ ମାଟ୍ରିକ୍ ପାସ ହାର ୯୭.୮୯ ପ୍ରତିଶତ

69

– ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୨୫.୦୬ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୪ ଘଟିକା ସମୟରେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ କଟକସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ପ୍ରକାଶିତ ହୋଇଛି।

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାରେ ପାସ ହାର ଶତକଡ଼ା ୯୭.୮୯ ପ୍ରତିଶତ ରହିଛି, ଯାହାକି ଗତ ବର୍ଷର ଫଳାଫଳ ତୁଳନାରେ ବହୁତ ଭଲ ହୋଇଛି। ପାସ କରିଥିବା ପିଲାମାନେ ଯୁକ୍ତ-୨ ଶ୍ରେଣୀରେ ନାମ ଲେଖା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ଉକ୍ତ ପରୀକ୍ଷାରେ ୨ ଲକ୍ଷ ୮୦ ହଜାର ୩୫୨ ଜଣ ଛାତ୍ର ପାସ କରିଥିବାବେଳେ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏ-୧ ଗ୍ରେରେ ୨୬୫୬, ଏ-୨ ଗ୍ରେଡ଼ରେ ୨୨ ହଜାର ୧୩୧ ଜଣ, ବି-୧ ଗ୍ରେଡ୍‌ରେ ୫୨ ହଜାର ୨୯୯ ଜଣ ଏବଂ ବି-୨ ଗ୍ରେଡ୍ ରେ ୯୪ ହଜାର ୪୭୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୯୪୫ ସ୍କୁଲରେ ଶତପ୍ରତିଶତ ରେଜଲଟ୍ ହୋଇଛି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା, ଉପସଭାପତି ଶ୍ରୀ ନିହାର ରଞ୍ଜନ ମହାନ୍ତି, ସଂପାଦକ ଶ୍ରୀକାନ୍ତ ତରାଇ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ବୋର୍ଡର କଟ୍ରୋଲର ଏବଂ ଡେପୁଟି କଣ୍ଡୀଲର, ବିଭାଗୀୟ ନିର୍ଦ୍ଦେଶକ, ପରୀକ୍ଷା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.