Home Top News ଐତିହ୍ୟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ: ଓଡ଼ିଶା ର ପୁରାତନ ଐତିହ୍ୟ ଏବଂ କୀର୍ତ୍ତିରାଜି...

ଐତିହ୍ୟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ: ଓଡ଼ିଶା ର ପୁରାତନ ଐତିହ୍ୟ ଏବଂ କୀର୍ତ୍ତିରାଜି By-Laws ବିବାଦ ନେଇ ସଂପୂର୍ଣ୍ଣ ତଥ୍ୟ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

96

ଭୁବନେଶ୍ୱର ୧୫-୨ (ଓଡ଼ିଆ ପୁଅ) ଓଡ଼ିଶା ର ପୁରାତନ ଐତିହ୍ୟ ଏବଂ କୀର୍ତ୍ତିରାଜି By-Laws ବିବାଦ ନେଇ ସଂପୂର୍ଣ୍ଣ ତଥ୍ୟ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

1) ସମଗ୍ର ଭାରତ ବର୍ଷରେ 3693 ଟି ପୁରାତନ ଐତିହ୍ୟ ସ୍ଥଳି ASI ଦ୍ଵାରା (Archeological Survey of India) ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ସଂରକ୍ଷିତ ଅଟେ। ଯାହା ମଧ୍ୟରୁ 80 ଟି ଆମ ରାଜ୍ୟ ଓଡ଼ିଶା ରେ ଅବସ୍ଥାପିତ।

2) ଏହି ପୁରାତନ ଐତିହ୍ୟ ଗୁଡ଼ିକ “The Ancient Monuments and Archaeological Sites and Remains Act, 1958” ଅନ୍ତର୍ଗତ ସଂରକ୍ଷିତ। ଏହି ନିୟମ 2010 ରେ ମଧ୍ୟ ସଂଶୋଧନ ହୋଇଅଛି।

3)The Ancient Monuments and Archaeological Sites and Remains (Framing of Heritage By-laws and others functions of the Competent Authority) Rules 2011 ଅନ୍ତର୍ଗତ ପୁରାତନ ଐତିହ୍ୟ ଗୁଡ଼ିକ ର ସଂରକ୍ଷଣ ପଦ୍ଧତି ବିଷୟରେ ମାର୍ଗଦର୍ଶନ କରାଯାଇଛି।

4) Act-1958 ଏବଂ Amendment Act 1910 ଅନ୍ତର୍ଗତ ସମସ୍ତ ପୁରାତନ ଐତିହ୍ୟ ର 100 ମିଟର ପରିଧି ନିଷିଧାଞ୍ଚଳ ଏବଂ ଅତିରିକ୍ତ 200 ମିଟର ନିୟମ ଅନ୍ତର୍ଗତ ପରିଚାଳିତ ଅଞ୍ଚଳ ଅଟେ। ଉଭୟ ଅଂଚଳରେ କୌଣସି ନିର୍ମାଣ, ପୁନଃ ନିର୍ମାଣ ଏବଂ ନବୀକରଣ ପାଇଁ Sec 20A, 20B, 20C, 20D ଅନ୍ତର୍ଗତ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ କରାଯାଇପାରିବ।

5) ନିଷିଧାଞ୍ଚଳ ରେ କୌଣସି ନୂତନ ନିର୍ମାଣ ସଂପୂର୍ଣ୍ଣ ଭାବେ ନିଷେଧ ଥିବାବେଳେ Regulated Area ରେ ନିର୍ମାଣ, ପୂର୍ନଃ ନିର୍ମାଣ, ମରାମତି କିମ୍ବା ନବୀକରଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି କର୍ମେ କରାଯାଇପାରିବ। ଏଇ ନିୟମ ଅନୁଯାୟୀ ଓଡ଼ିଶାରେ National Monument Authority (NMA) SECTION-20 ଅନ୍ତର୍ଗତ competent authority ହେଉଛନ୍ତି Director Culture. ନିର୍ଦ୍ଦେଶକ ସଂସ୍କୃତି ବିଭାଗ ଓଡିଶା ସରକାର।

6-1958 ଆଇନ Section 20E ଅନ୍ତର୍ଗତ ସମସ୍ତ ପୁରାତନ ଐତିହ୍ୟର ସୁରକ୍ଷା ପାଇଁ By-law ପ୍ରସ୍ତୁତ କରିବା ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କର। ଓଡ଼ିଶାରେ ଏହି ଦାୟିତ୍ୱ ନିର୍ଦେଶକ ସଂସ୍କୃତି ବିଭାଗ ଅନ୍ତର୍ଗତ ଅଟେ।

6(A) Total Heritage By-laws of Odisha posted on website= 05 numbers
Shri Jagannath Temple and subsidiary Shrines (Puri), Odisha – withdrawn recently.
Brahmeshwar Temple, Bhubaneshwar, Odisha
Ananta Basudeva Temple Bhubaneshwar, Odisha
Mukteshwar Temple, Bhubaneshwar, Odisha
Rameshwar Temple, Bhubaneshwar, Odisha

6(B) Total Heritage By-laws of Odisha discussed in NMA and in process for posting on website = 07 numbers
Megheswar Temple (Puri), Odisha
Sahasralinga Tank, Bhubaneshwar (Puri), Odisha
Rajarani Temple, Bhubaneshwar, Odisha
Bhaskareshwar Temple, Bhubaneshwar, Odisha
Jambeswar Temple, Bhubaneshwar, Odisha
Nabakeswar Temple, Bhubaneshwar, Odisha
Udaygiri & Khandagiri Caves, Bhubaneshwar, Odisha
କେତକ ନିର୍ଦ୍ଧିଷ୍ଟ ବିଷୟ ନେଇ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ନିୟମିତ ଭାବେ ଜନ ସାଧାରଣଙ୍କୁ ଭ୍ରମିତ କରି ଆସୁଛନ୍ତି ସେଗୁଡିକ ହେଲା -:

1- ପ୍ରଥମ ଅଭିଯୋଗ ହେଉଛି By-Laws ପାଇଁ ନିକଟ ବର୍ତ୍ତୀ ଅଞ୍ଚଳ ଗୁଡିକର ବିକାଶ ପ୍ରଭାବିତ ହେଉଛି।

ସତ୍ୟତା -: Heritage By-Law ସମ୍ପୂର୍ଣ ଭାବେ ନିର୍ଦ୍ଧିଷ୍ଟ ଏବଂ ନମନୀୟ ଅଟେ। ପ୍ରଥମ 5ଟି ସ୍ଥଳ ପାଇଁ ପ୍ରସ୍ତୁତ ହୋଇଥିବା By-Law website ରେ ଉପଲବ୍ଧ ରହିବା ସହ ଏହାକୁ Objections and Suggestion ପାଇଁ ମଧ୍ୟ ଆହ୍ୱାନ କରାଯାଇଅଛି। ଏହି କ୍ରମରେ ରାଜ୍ୟ ସରକାର କୌଣସି objections ଦାଖଲ କରିବା ପାଇଁ ସ୍ୱତନ୍ତ୍ର। ଏହି ପରିପ୍ରେକ୍ଷୀରେ By-Law ପ୍ରତ୍ୟାହାରର କୌଣସି ପ୍ରାସଙ୍ଗିକତା ନାହିଁ। ଧ୍ୟାନ ଦେବାର ବିଷୟ ଯେ ଯଦି By-Law ପ୍ରତ୍ୟାହାର ହେବ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ କାରଣ ପୂର୍ବ ପ୍ରଚଳିତ AMSAR Act -1958 ଯାହା 2010 ମସିହାରେ ସଂଶୋଧିତ ହୋଇଅଛି ଏହା ଅନୁଯାଇ ସମସ୍ତ ଆଇନ ପୂର୍ଵପରି ବଳବତ୍ତର ରହିଛି। ଅନ୍ତତଃ ଏହି By-Law ଦ୍ୱାରା ସାଧାରଣ ଜନତା restricted area ମଧ୍ୟରେ ନିୟମ ଅନୁଯାଇ ନିର୍ମାଣ ମରାମତି କାମ କରିବାରେ ସକ୍ଷମ ଅଟନ୍ତି।

2-ଦ୍ୱିତୀୟ ଅଭିଯୋଗ ହେଉଛି ମନ୍ଦିର ପାରିପାର୍ଶ୍ୱରେ By-Law ଦ୍ୱାରା ବିକାଶ ମୂଳକ କାର୍ଯ୍ୟକ୍ରମ ବ୍ୟାହତ ହେଉଛି।

ସତ୍ୟତା – ପ୍ରଥମ 100 ମିଟର ନିଷିଦ୍ଧାଞ୍ଚଳ (Prohibited Area) ଏବଂ ପରବର୍ତୀ 200 ମିଟର Regulated Area ଯାହା କୀର୍ତ୍ତିରାଜିର ପରିସୀମା ଠାରୁ ପରିଖଣ୍ଡ 1958 Act ଏବଂ ସଂଶୋଧିତ ଆଇନ 2010 ଅନୁଯାୟୀ ନିଷେଧ ଅଟେ। By-Law କୁ ବାଦ ଦେଲେ ମଧ୍ୟ କୀର୍ତିରାଜିର 100 ମିଟର ପରିଧି ଅଞ୍ଚଳର କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ ଯାହା ASI ଦ୍ୱାରା ଚିହ୍ନଟ କୀର୍ତ୍ତିରାଜି ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଅନ୍ୟାନ ଅନ୍ତର୍ଭୁକ୍ତ। କେତକ ସ୍ଥାନରେ ଜନସାଧାରଣ ଆବଶ୍ୟକତା ମୁତାବକ କେତକ ସାଧାରଣ ସୁବିଧା ପାଇଁ ନିର୍ମାଣ କରାଯାଇଛି।

3- ତୃତୀୟ ଅଭିଯୋଗ ହେଉଛି କେନ୍ଦ୍ରସରକାର By।aw ପ୍ରସ୍ତୁତ କରିବା ସମୟରେ ରାଜ୍ୟର ଅନୁଷ୍ଠାନ ଗୁଡିକୁ ବିଶ୍ୱାସରେ ନେଇ ନାହାନ୍ତି।

ସତ୍ୟତା – ଅନ୍ୟ ପକ୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ ASI କୁ ବିଶ୍ୱାସରେ ନନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି, ଯେପରିକି ଉଛେଦ କାର୍ଯ୍ୟକ୍ରମ ଦିଗରେ ଯେଉଁ ଅଞ୍ଚଳର ବହୁ ସଂଖ୍ୟାରେ କୀର୍ତିରାଜିମାନ ଉପସ୍ଥିତି ଅଛି, ରାଜ୍ୟସରକାର ଅତ୍ୟନ୍ତ ବେପରୁଆ ଭାବେ ଶୂକସାରୀ ମନ୍ଦିର ନିକଟସ୍ଥ ସଂସ୍କୃତି ମହାବିଦ୍ୟାଳୟକୁ ଉଛେଦ କରିବା ଏହା ଏକ ଜ୍ୱଳନ୍ତ ଉଦାହରଣ କିପରି ଉଛେଦ ରୂପରେଖ ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାର ଶ୍ରେୟ ଅନୁଷ୍ଠାନ ଗୁଡିକୁ ବ୍ୟହତ ରଖାଯାଇ ଅଛି ଯାହା ରାଜ୍ୟ ସରକାରଙ୍କର ନୀତି ଏବଂ ଦୃଷ୍ଟିକୋଣକୁ ଜନସାଧାରଣ ସ୍ପଷ୍ଟ କରି କୀର୍ତିରାଜିର ରକ୍ଷଣା ବେକ୍ଷଣା ପାଇଁ ସ୍ୱତନ୍ତ୍ର ନିୟୋଜନ ହୋଇ National Monument Authority (NMA) ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ପରିଚାଳନା ନିର୍ଦେଶକ (Dr. ASI) ଙ୍କ ଅନୁରୋଧ କୁ ବେଖାତିର କରି ରାଜ୍ୟ ସରକାରଙ୍କ ବରିଷ୍ଠ କତୃପକ୍ଷ Detail Project Report ବିଷୟ ଅବଗତ କରିବାକୁ ମନା କରି ଦେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ବିଭାଗୀୟ ଅଧିକାର ହୋଇଥିବାରୁ ମନ୍ଦିର ଗୁଡିକର By।aw ପ୍ରସ୍ତୁତ କରିବାପାଇଁ NMA ମୁଖ୍ୟାଳୟ କୁ publication ପାଇଁ ପଠାଇବା ଆବଶ୍ୟକ ଥିଲା କିନ୍ତୁ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଗୁଡିକର ପ୍ରଦର୍ଶନ ଏହି ପରିପେକ୍ଷେ ନୈରାଶ୍ୟଜନକ ଅଟେ।

4- ଚତୁର୍ଥ ଅଭିଯୋଗ ହେଉଛି ସେବାୟତ ଏବଂ ସାଧାରଣ ଜନତା ଏହି By।aw ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବେ।

ସତ୍ୟତା – ଏହି ପରିପ୍ରେକ୍ଷିରେ ଉଭୟ ସେବାୟତ ବା ସାଧାରଣ ଜନତା କ୍ଷତିଗ୍ରସ୍ତ ହେବାର ପ୍ରଶ୍ନ ଉଠୁ ନାହିଁ। ଉଭୟ ଲିଙ୍ଗରାଜ ମନ୍ଦିର ଏବଂ ପୁରୀ ମନ୍ଦିର ପରିସର ଠାରୁ 75 ମିଟର ପରିଧି ମଧ୍ୟରେ ଥିବା ସେବାୟତ ବା ସାଧାରଣ ଜନତାଙ୍କ ଘର, ମଠ, ମନ୍ଦିର ଅଧିଗ୍ରହଣ କରି ଏହାର କ୍ଷତିପୂରଣ ପ୍ରଦାନ କରାଯାଇଅଛି।

ଏଣୁ ଏହି ପରିପ୍ରେକ୍ଷିରେ କୌଣସି ସେବାୟତ ବା ଜନତା କ୍ଷତିଗ୍ରସ୍ତ ହେବେନାହିଁ। ଅଧିକନ୍ତୁ 100 ମିଟର ପରେ ଏବଂ 300 ମିଟର ମଧ୍ୟରେ ଥିବା ହିତାଧିକାରୀ ମାନେ By।aw ଅନୁଯାୟୀ ସମସ୍ତ ଆଇନ କାନୁନ ଏବଂ ଅନୁମତି କ୍ରମେ ନିର୍ମାଣ, ପୁନଃନିର୍ମାଣ ମରାମତି କାର୍ଯ୍ୟକ୍ରମ କରିପାରିବେ। ଏହା ଏମାନଙ୍କୁ ସୁଫଳ ପ୍ରଦାନ କରିବା ଅନ୍ୟ ରାଜ୍ୟରେ Online NMA Approval ପାଇ ପୋଟାଲ ପ୍ରସ୍ତୁତ ଏବଂ “Ease of doing Business” କୁ ଆଗକୁ ବଢାଉଥିବା ବେଳେ ଓଡିଶା ସରକାର ଛଦ୍ମବେଶୀ କୁମ୍ଭୀର କାନ୍ଦଣାରେ ମଗ୍ନ ରହିଛନ୍ତି।
ସର୍ବୋପରି 1958 Act ର ମହତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରାଯାଇନପାରେ, ଏହାର ଲାଗୁ କରିବା ଅନିବାର୍ଯ୍ୟ ଅଟେ, By।aw 1958 Act ଅତ୍ୟନ୍ତ ଏବଂ ମହତ୍ଵପୁର୍ଣ୍ଣ ଅଙ୍ଗ ଅଟେ, ଯାହା 2004 ମସିହାରୁ ପ୍ରଚଳିତ ହୋଇ ଆସୁଅଛି।

ଏହି ପରିପ୍ରେକ୍ଷିରେ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କଠାରୁ 5 ଟି ପ୍ରଶ୍ନର ଉତ୍ତର ନିଶ୍ଚୟ ଶୁଣିବାକୁ ଚାହିଁବେ।

1- ଏ ପର୍ଯ୍ୟନ୍ତ ପୁରାତନ କୀର୍ତ୍ତିରାଜି ଏବଂ ଐତିହ୍ୟରେ ଭରପୁର ହୋଇଥିବା ଅଞ୍ଚଳରେ ହୋଇଥିବା ସମସ୍ତ ଉଛେଦ ପ୍ରକ୍ରିୟାର ପ୍ରତ୍ନତତ୍ତ୍ୱ ବିଭାଗ ASI କୁ କାହିଁକି ସାମିଲ କରାଯାଇନାହିଁ ? କାହିଁକି ASI।etter Date 27th June, 2018, 13th March, 2018, 6th September, 2018, 30th September, 2019, 21st October, 2019, 28th November, 2019, 15th December, 2019, କୁ ଉତ୍ତର ଦିଆଯାଇନାହିଁ। ଏପରିକି କାରଣ ଦର୍ଶାଅ ନୋଟିସ 10th October, 2019 and 19th January 2021 ର ମଧ୍ୟ କୌଣସି ଉତ୍ତର ରାଜ୍ୟସରକାରଙ୍କ ଠାରୁ ମିଳିପାରିନାହିଁ। ଉପରସ୍ଥ ସମସ୍ତ ଚିଠି ASI ତରଫରୁ ରାଜ୍ୟ ସରକାରଙ୍କୁ ଲେଖାଯାଇଅଛି। ଏହା କୌଣସି ନିୟମ ବହିର୍ଭୁତ ବିଷୟ କି। ଯଦି ନୁହେଁ ତାପରେ ରାଜ୍ୟ ସରକାର ନିଜେ ଆଇନର ଅବମାନନା କରୁନାହାନ୍ତି କି। ଆଜି ପର୍ଯ୍ୟନ୍ତ କୌଣସି ଜବାବ କିପରି ଦେଇନାହାନ୍ତି ?

2- ପ୍ରତ୍ନତ୍ତତ୍ୱ ବିଭାଗ (ASI) ର ମହାନିର୍ଦେଶକ (DG) ଗତ 22 ଡ଼ିସେମ୍ବର 2019 ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ଭେଟି Detail Project Report ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ, ଯାହାଦ୍ୱାରା NMA ରୁ NOC ପ୍ରଦାନ ପାଇଁ ବିଚାର କରାଯାଇ ପାରିଥାନ୍ତା, ରାଜ୍ୟବାସୀଙ୍କୁ ଜଣାଇବେକି, କାହିଁକି DPR ଅବଗତ କରାଯାଇ ନାହିଁ। ଏହାକୁ ଗୋପନ ରଖିବା ପଛରେ ଉଦେଶ୍ୟ କଣ। ଏହି ପ୍ରକ୍ରିୟାରେ ସ୍ଥାନୀୟ ସାଂସଦ ତଥା ଲୋକ ପ୍ରତିନିଧିଙ୍କୁ ମଧ୍ୟ ବିଶ୍ୱାସରେ ନିଆଯାଇ ନାହିଁ। ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଲିଙ୍ଗରାଜ ଏବଂ ପୁରୀ ମନ୍ଦିର ପରିସର ଉନ୍ନତିକରଣ ପାଇଁ ହୋଇଥିବା DPR ସମ୍ବଦ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଯାଇନାହିଁ, ଏହାକୁ ଗୋପନ ରଖିବା ପଛରେ କଣ ମନ୍ଦ ଉଦେଶ୍ୟ ରହିଛି ରାଜ୍ୟବାସୀ ନିଶ୍ଚିନ୍ତ ଭାବେ ଜାଣିବାକୁ ଚାହିଁବେ।

3- ରାଜ୍ୟ ସରକାର NMA By।aw ରେ କୌଣସି Suggestion କିମ୍ବା Objection ପରିବର୍ତ୍ତେ ଏହି By।aw ର ପ୍ରତ୍ୟାହାର ବା ଉଛେଦ ପାଇଁ ଦାବି ଉପସ୍ଥାପନା କରିବା ଅପରିପକ୍ଵତା ଏବଂ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କୁହା ଯାଇପାରେ। କୀର୍ତ୍ତିରାଜିର ସୁରକ୍ଷା ପାଇଁ By-Law ରେ 100ମିଟର Prohibited Area ଏବଂ ଅତିରିକ୍ତ 200ମିଟର Regulated Area ବୋଲି ସ୍ପଠ କରିବା ପରିବର୍ତ୍ତେ ଏହି By-Law ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ବ୍ୟାହତ ସୃଷ୍ଟି ହେଉଛି ବୋଲି କହି ଜନ ମାନସରେ ବିଭାନ୍ତିକର ତଥ୍ୟ ଉପସ୍ଥାପନା ଆଦୌ ଗ୍ରହଣୀୟ ନୁହେଁ। ଏହା ପଛରେ କୀର୍ତ୍ତିରାଜି ସମ୍ପର୍ଣ ଅଞ୍ଚଳରେ ବେନିୟମରେ କରିଥିବା ବ୍ୟାପକ ଉଚ୍ଛେଦକୁ ଲୁଚାଇବା ପାଇଁ ଅପପ୍ରୟାସ କରାଯାଇଛି।

4- ରାଜ୍ୟ ସରକାର ସ୍ପଷ୍ଟ କରିବେକି କେଉଁ Archeological Firm ଜଗନ୍ନାଥ ମନ୍ଦିର, ପୁରୀ ଏବଂ ଲିଙ୍ଗରାଜ ମନ୍ଦିରର ବିକାଶ ର ରୂପରେଖ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ସରକାର ଏହା ଜନସାଧାରଣଙ୍କୁ ସ୍ପଷ୍ଟ କରିବେକି କେଉଁ Archeological Firm କୁ work order ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସ୍ପଷ୍ଟ କରିବେକି Archeological Firm ର ଅବଶକୀୟ ଯୋଗ୍ୟତା ଅଛି କି ନାହିଁ? ଆବଶ୍ୟକୀୟ Track Record ଅଛି କି ନାହିଁ? ଏବଂ ବିଗତ ଦିନରେ ଏପରି କୌଣସି ଐତିହାସିକ କୀର୍ତ୍ତିରାଜିର ରକ୍ଷଣା ବେକ୍ଷଣ କରିବାର ଅଭିଜ୍ଞତା ରହିଛି କି ନାହିଁ? ରାଜ୍ୟ ସରକାର ସ୍ପଷ୍ଟ କରିବେକି Archohm Architect Firm, Noida ଏବଂ Bhumiputra Architect Firm, Bangalore ଏହି ପୁରାତନ କୀର୍ତ୍ତିରାଜି ସଂରକ୍ଷଣରେ କଣ ଭୂମିକା ରହିଛି? କିଏ ଏହି ଅନୁଷ୍ଠାନ ଗୁଡିକୁ କେଉଁଠୁ ଅର୍ଥ ଯୋଗାଣ କରୁଛି ଏବଂ ଏହା ସେବା କିଏ ଉପଯୋଗ କରୁଛି? ଉପରୋକ୍ତ ସମସ୍ତ ବିଷୟ ସାଧାରଣ ଓଡିଶା ବାସୀଙ୍କ ନିକଟରେ ସ୍ପଷ୍ଟ ହେବା ଅତ୍ୟନ୍ତ ଆବଶ୍ୟକ।

5-ଉତ୍ତର ପାର୍ଶ୍ୱ ମଠ, ଦକ୍ଷିଣ ପାର୍ଶ୍ଵ ମଠ, ଏମାର ମଠ, ରଘୁନାଥ ଲାଇବ୍ରେରୀ ପରି କୀର୍ତ୍ତିରାଜିକୁ ସମୂଳେ ଉତ୍ପାଟନ କରିବା ପୂର୍ବରୁ କଣ ରାଜ୍ୟ ସରକାର ଆହାର Detail Mapping କରିଥିଲେ? ଏହି କୀର୍ତ୍ତିରାଜି ଉତ୍ପାଟନ କରିବା ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି ତ? ଏହା ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରିବେ।

ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ରାଜନୀତି ସମ୍ପୂର୍ଣ ଭାବେ ବିକାଶ ଉପରେ ଆଧାରିତ। ଆମେ ସମସ୍ତେ ବିକାଶ ଚାହୁଁ। ଭୁବନେଶ୍ୱର ଲୋକସଭା ସାଂସଦ ଭାବେ ବିକାଶହିଁ ମୋର ଏକ ମାତ୍ର ପ୍ରାଥମିକତା। ରାଜ୍ୟ ସରକାର ଉପରୋକ୍ତ ପ୍ରଶ୍ନର ଉତ୍ତର ଦେବା ସହ ବିକାଶ ମୂଳକ କାର୍ଯ୍ୟକ୍ରମରେ ନୀତି, ନିୟମ, ପ୍ରକ୍ରିୟା, ଏବଂ ସ୍ୱଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିୟମ, କାନୁନ, ଏବଂ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ମାନିବା ଦରକାର। ସର୍ବୋପରି ସରକାର ଚଳାଇବା ଏକ ଗୁରୁତ୍ୱପୂର୍ଣ ଏବଂ ମହତ୍ୱପୂର୍ଣ୍ଣ ବିଷୟ। ଏଠାରେ ମନର ନିୟୋଯୋଗ ସହ ଆଇନ କାନୁନ ଅଧୟନ କରି ଏହାକୁ କାମରେ ଲଗାଇବା ଆବଶ୍ୟକ। ସରକାର ଚଳାଇବାରେ ଏପରିପକ୍ଵତାକୁ ରାଜ୍ୟ ସରକାର ଆଦୌ ଗ୍ରହଣ କରିବେ ନାହିଁ।

ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ଆମ ସମସ୍ତଙ୍କୁ ହାତ ମିଶାଇ କାମ କରିବାକୁ ହେବ। ଆରୋପ ପ୍ରତ୍ୟାରୋପ ର କୌଣସି ସ୍ଥାନ ନାହିଁ। ଏହି କ୍ରମରେ କହିରଖିବାକୁ ଚାହିଁବି ରାଜ୍ୟ ସରକାର National Monument Authority (NMA) ଠାରୁ ଅନୁମତି ବା ସହମତି ଲାଭ କରିବା ଆବଶ୍ୟକ, ଏଥିପାଇଁ ଚିଠି ଏବଂ କାରଣ ଦର୍ଶାଅ ନୋଟିସ ରାଜ୍ୟ ସରକାରଙ୍କୁ ପଠାଯାଇଛି।

ପରିଶେଷରେ ଅତ୍ୟନ୍ତ ଆତ୍ମବିଶ୍ୱାସ ସହ କହି ରଖିବାକୁ ଚାହିଁବି ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସରକାର ଓଡ଼ିଶାର ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନିରନ୍ତର ଭାବେ ପ୍ରୟାସରତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.