Home Top News ଐତିହ୍ୟ, ପରମ୍ପରାକୁ ଋଢ଼ିବାଦରେ ନବାନ୍ଧି ଏହାର ପ୍ରଚାରପ୍ରସାର ସହ ଓଡ଼ିଶା ଓ ଓଡ଼ିଆ ଭାଷାକୁ ବ୍ୟାପକ...

ଐତିହ୍ୟ, ପରମ୍ପରାକୁ ଋଢ଼ିବାଦରେ ନବାନ୍ଧି ଏହାର ପ୍ରଚାରପ୍ରସାର ସହ ଓଡ଼ିଶା ଓ ଓଡ଼ିଆ ଭାଷାକୁ ବ୍ୟାପକ କରିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ

35

“ନମାମୀ ମନ୍ଦାକିନୀ – ନବବର୍ଷ ମହୋତ୍ସବ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ଓଡ଼ିଆମାନେ ସର୍ବଦା ସଂକୀର୍ଣ୍ଣତାରେ ନୁହେଁ ବରଂ ବଡ଼ ଆଦାନପ୍ରଦାନ କରିବାରେ ଭରସା ରଖିଥାନ୍ତି
– ପୂର୍ବପୁରୁଷଙ୍କ ବୌଦ୍ଧିକ ଦୂରଦୃଷ୍ଟିରେ ଓଡ଼ିଶାର ଗୌରବମୟ ଇତିହାସର ପୁନଃଉତଥାନ କରିବା ଆବଶ୍ୟକ

ଭୁବନେଶ୍ୱର, ଏପ୍ରିଲ ୧୫ (ଓଡ଼ିଆ ପୁଅ) – ବର୍ତମାନ ସମୟରେ କେବଳ ଔପଚାରିକତା ନୁହେଁ ବରଂ ପଣା ସଂକ୍ରାନ୍ତି ଭଳି ସାଂସ୍କୃତିକ ଉତ୍ସବର ପ୍ରଚାରପ୍ରସାର ପାଇଁ ଉଦ୍ୟମ କରିବାକୁ ହେବ। ଐତିହ୍ୟ, ପରମ୍ପରାକୁ ଋଢ଼ିବାଦରେ ନବାନ୍ଧି ଏହାର ପ୍ରଚାରପ୍ରସାର ସହ ଓଡ଼ିଶା ଓ ଓଡ଼ିଆକୁ ବ୍ୟାପକ କରିବାକୁ ହେବ। ଓଡ଼ିଶାକୁ ଆଧୁନିକ ରାଜ୍ୟ ଭାବରେ ଗଠନ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପବିତ୍ର ଉତ୍କଳୀୟ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ “ନମାମୀ ମନ୍ଦାକିନୀ – ନବବର୍ଷ ମହୋତ୍ସବ”ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଦେଶର ଏବଂ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କର ନୂଆବର୍ଷ ଏବଂ ଆମ ଓଡ଼ିଆଙ୍କ ନୂଆବର୍ଷ ପାଳନ ପଛରେ ଥିବା ବାସ୍ତବତା ଓ ବୈଜ୍ଞାନିକ କାରଣକୁ ଅନୁସନ୍ଧାନ କରି ତୁଳନା କଲେ ଜଣାପଡ଼ିବ ଯେ ଆମ ପୂର୍ବଜମାନେ କେତେ ଜ୍ଞାନୀ, ଦୂରଦ୍ରଷ୍ଟା ଓ ବିଜ୍ଞାନ ସମ୍ମତ କାରଣ ଦର୍ଶାଇ ଏହି ଦିବସରେ ପାଳନ କରିଥିଲେ। ଆମ ଓଡ଼ିଆମାନେ ସର୍ବଦା ସଂକୀର୍ଣ୍ଣତାରେ ନୁହେଁ ବରଂ ବଡ଼ ଆଦାନପ୍ରଦାନ କରିବାରେ ଭରସା ରଖିଥାଉ। ଆମ ଓଡ଼ିଆ ଭାଇ ଭଉଣୀମାନେ ସେମାନଙ୍କର ଅତୀତକୁ ସ୍ମରଣକରି ମନେରଖିବା ଉଚିତ ଯେ ପୂରାତନ କାଳରେ ଆତ୍ମବିଶ୍ୱାସ ହିଁ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିଛି। ଯାହାର ଅତୀତ ଉଜ୍ଜ୍ୱଳ ତା’ର ଭବିଷ୍ୟତ ନିଶ୍ଚିତ ସମୁଜ୍ଜ୍ୱଳ ହେବ।

ଓଡ଼ିଆ ନବବର୍ଷରେ ପ୍ରତ୍ୟେକ ଓଡ଼ିଆ ଆତ୍ମମନ୍ଥନ ଓ ଆତ୍ମାନୁଶୀଳନ କରିବା ଏକାନ୍ତ ପ୍ରୟୋଜନ। ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ କରି ମୂଳକୁ ଚିହ୍ନିବା ସହ ଓଡ଼ିଶାର ଗୌରବମୟ ଇତିହାସକୁ ପୂର୍ବପୁରୁଷଙ୍କ ବୌଦ୍ଧିକ ଦୂରଦୃଷ୍ଟିରେ ଏହାର ପୁନଃଉତଥାନ ଓ ପ୍ରଚାରପ୍ରସାର କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.