Home ଜିଲ୍ଲା ପରିକ୍ରମା ଐତିହସିକ ପୋଡାଗଡ଼ରେ ନୁଆଖାଇ ଭେଟ୍ ଘାଟ୍

ଐତିହସିକ ପୋଡାଗଡ଼ରେ ନୁଆଖାଇ ଭେଟ୍ ଘାଟ୍

23

ନବରଙ୍ଗପୁର ୧୯-୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ଐତିହଭରା ପର୍ଯ୍ୟଟନ୍ ସ୍ଥଳିରେ ମହାସମାହାରରେ ନୁଆଖାଇ ଭେଟ୍ ଘାଟ୍ ପାଳିତ ହୋଇ ଯାଇଛି। ଏହି ଅବସରରେ ଉକ୍ତ ଐତିହାସିକ ପିଠରେ ତିନି ମୁଠାର ସେବାୟତ୍ ଓ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଶିରା, ପୁଝାରୀ, ଗୁଣିଆ, ଗୁରୁମାଇ ମାନେ ଯୋଗ ଦେଇଥିଲେ। ଆୟୋଜିତ ଏକ ସଭାରେ ଉପଦେଷ୍ଟା କମିଟିର ସଭ୍ୟ ଦେବିସିଙ୍ଗ ମାଝୀଙ୍କ ସଭାପତିତତ୍ଵରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ପଞ୍ଚାୟତ ସମିତି ଅଧକ୍ଷା ଶୁଶିଳା ମାଝୀ, ଉମରକୋଟ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କୁମାରୀ ଡାଳିମ୍ବ ଭତରା ଯୋଗ ଦେଇ ଥିବା ବେଳେ ଆବାହକ କୈଳାଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୋଡ଼ାଗଡ଼ ସେବାୟତ ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ, ଉପ-ସଭାପତି ଜଗଦୀଶ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ସହ-ସମ୍ପାଦକ ତୁଳସିରାମ ଭତ୍ରା, ତିନି ମୁଠାରୁ ମୁଖ୍ୟ ପୂଜକ ଦେବ ପୁଝାରୀ, କ୍ରୁଷ୍ନ ପୂଝାରୀ, ବିଞ୍ଜାଲ ପୂଝାରୀ, ପୁର୍ଣ ପୂଝାରୀ, ନାରାୟଣ ପୂଝାରୀ, ବୋରିଗା ମୁଠାର ସୁକାଲୁ ପୂଜାରୀ, ଈଶ୍ଵର ମାଝୀ, ନବରଙ୍ଗପୁର ବ୍ଲକ ସଂଯୋଜକ ମହେଶ୍ଵର ବେହେରା, ଉପଦେଷ୍ଟା ମଣ୍ଡଳିର ସୋନା ମାଝୀ, ଅମରସିଙ୍ଗ ମାଝୀ, ଜଳଧର ମାଝୀ, ଦଶରୁ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ତିନି ହଜାରରୁ ଉର୍ଦ୍ଧ୍ବ ସେବାୟତ ଯୋଗ ଦେଇ ଥିଲେ। ଏହି ଅବସରରେ ଉପଢୌକନ ଦେଇ ପରସ୍ପରକୁ ସମ୍ମାନୀତ କରିବା ସହ ନୁଆଖାଇ ଜୁହାର ଭେଟ୍ ଘାଟ୍ ହୋଇ ଥିଲା। ଆସନ୍ତା ୨୬/୯ ରିଖ ଦିନଠାରୁ ନବରାତ୍ରୀ ଆରମ୍ଭ ହେବାର ସୂଚନା ଦେବା ପରେ ସଭା ସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.