Home କେନ୍ଦୁଝର ଶାଳଣିଆଁରୁ୫ ଓ ଆମ୍ବୋରୁ ଜଣେ ଓ ସୁଲଣ ରୁ ଜଣେ କରୋନା ପଜେଟିଭ ଚିହ୍ନଟ, ବ୍ଲକରେ...

ଶାଳଣିଆଁରୁ୫ ଓ ଆମ୍ବୋରୁ ଜଣେ ଓ ସୁଲଣ ରୁ ଜଣେ କରୋନା ପଜେଟିଭ ଚିହ୍ନଟ, ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଲା

482

ହାଟଡ଼ିହି, ୨୭ । ୬ : ହାଟଡିହି ବ୍ଲକ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଆଜି ୫ଜଣ ଓ ଆମ୍ବୋରୁ ଜଣେ ଓ ସୁଲଣ ରୁ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ଗତ ୨୧ତାରିଖ ଦିନ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରୁ ଜଣେ ୩୦ବର୍ଷୀୟ ଦିଲ୍ଲୀ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହେବାପରେ କ୍ୱାରେଣ୍ଟାଇନରୁ ୨୫ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ଆଜି ୫ଜଣଙ୍କର ପଜେଟିଭ ଆସିଥିବା ଜଣାଯାଇଛି । ମୋନଙ୍କ ମଧ୍ୟରୁ ୪ଜଣ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ ଦିଲ୍ଲୀ ଫେରନ୍ତା । ଗତ ୯ତାରିଖ ଦିନ ବାଙ୍ଗାଲୋରରୁ ଦୁଇଜଣ ଆସିଥିବାବେଳେ ୧୬ତାରିଖରେ ଜଣେ ଓ ୧୯ତାରିଖରେ ଜଣେ ବାଙ୍ଗାଲୋର ଓ ଅନ୍ୟ ଜଣେ ଦିଲ୍ଲୀରୁ ଆସି କ୍ୱାରେଣ୍ଟାଇନରେ ଥିଲେ । ଆଜି ରିପୋର୍ଟ ଆସିବାପରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ,ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ଡାକ୍ତର ମନୋରଞ୍ଜନ ସ୍ୱାଇଁ, ଡାକ୍ତର ଦେବଦୁର୍ଲଭ ଦାସ ବିନ୍ଦାର, ସରପଞ୍ଚ ଶ୍ରୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇଛନ୍ତି । ସେହିପରି ଆମ୍ବୋ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ଚେନାଇ ଫେରନ୍ତା ବ୍ୟକ୍ତିଙ୍କ ପଜେଟିଭ ରିପୋର୍ଟ ଆସିବାପରେ ତାଙ୍କୁ କୋଭିଡ-୧୯ ହସପିଟାଲକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା ନୋଡାଲ ଅଫିସର ସୁଚନା ଦେଇଛନ୍ତି । ସେହିପରି ସୁଲଣ ପଂଚାୟତରେ ଜଣେ ୩୯ ବର୍ଷୀୟ ମହାରାଷ୍ଟ୍ର ଫେରନ୍ତାଙ୍କ ଠାରେ ପଜେଟିଭି ଚିହ୍ନଟ ହୋଇଛି। ସେ ଗତ ୪ଦିନ ତଳେ ଫେରିଥିବା ବେଳେ ଅସୁସ୍ଥ ହେବାରୁ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ଆଜି ତାଙ୍କର ପଜେଟିଭି ବାହାରିବା ପରେ ତାଙ୍କୁ କୋଭିଡି ହସ୍ପିଟାଲକୁ ପଠାଯିବାର ବ୍ୟବସ୍ଥା କର ଯାଉଛି ବୋଲି ନୋଡ଼ାଲ ଅଫିସର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.