Home ଓଡ଼ିଶା ଏଡ଼୍ସ ଆକ୍ରାନ୍ତ ବାଳକକୁ ସହାୟତାର ହାତ ବଢାଇଲେ ଡ଼ାକ୍ତର

ଏଡ଼୍ସ ଆକ୍ରାନ୍ତ ବାଳକକୁ ସହାୟତାର ହାତ ବଢାଇଲେ ଡ଼ାକ୍ତର

282

ସମ୍ବଲପୁର, ୩୦/୧୧ (ଓଡ଼ିଆ ପୁଅ) ବୁର୍ଲା ଭିମସାର ମେଡ଼ିକାଲର ଡ଼ା. ଶଙ୍କର ରାମଚନ୍ଦାନୀ ତାଙ୍କ ଦୁଇମାସର ଦୁଇ ଶିଶୁକନ୍ୟାଙ୍କ ପାଇଁ କୈାଣସି ଉତ୍ସବ ପାଳନ କରିବା ପରିବର୍ତେ ସେଥି ପାଇଁ ରଖିଥିବା ୫୦ ହଜାର ଟଙ୍କାକୁ ଏଡ଼୍ସ ଆକ୍ରାନ୍ତ ଜଣେ ୧୨ ବର୍ଷ ବୟସ୍କ ବାଳକର ଚିକିତ୍ସା ଏବଂ ଶିକ୍ଷା ସକାଶେ ପ୍ରଦାନ କରିଛନ୍ତି। ଏଡ଼୍ସ ଦିବସ ର ଅବ୍ୟବହିତ ପୂର୍ବରୁ ଡ଼ା. ରାମଚନ୍ଦାନୀ ପାରିବାରିକ ଉତ୍ସବ ମନାଇବା ପାଇଁ ଉକ୍ତ ବାଳକର ବାପା ମାଆ ୨୦୧୩ ମସିହାରେ ଏଡ଼୍ସ ରୋଗରେ ପ୍ରାଣ ହରାଇଥିଲେ। ବାଳକଟି ଔଷଧ ନେବା ପାଇଁ ବୁର୍ଲା ଭିମସାରକୁ ଆସିଥିବା ଜାଣିବା ପରେ ଡ଼ା. ରାମଚନ୍ଦାନୀ ତାକୁ ଭେଟି ଏହି ଟଙ୍କାକୁ ହସ୍ତାନ୍ତର କରିଥିଲେ। ବାଳକ ଜଣକ ନିଜ ଜଣେ ସମ୍ପର୍କିୟଙ୍କ ପାଖରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଅଛି। ଛାତ୍ରର ପାଠ ପ୍ରତି ଆଗ୍ରହ ରହିଥିବା ଅବଗତ ହେବା ଉତାରୁ ଡ଼ାକ୍ତର ଏହି ସାହାଯ୍ୟ ପାଇଁ ହାତ ବଢାଇଥିଲେ। ଆଗକୁ ମଧ୍ୟ ବାଳକକୁ ଆବଶ୍ୟକ ସ୍ଥଳେ ସହାୟତା କରିବେ ବୋଲି ସେ କହିଛନ୍ତି। ଚିକିତ୍ସା ଓ ପାଠ ପଢିବା ସକାଶେ ଏହି ଭଳି ସାହାଯ୍ୟ ପାଇବେ ବୋଲି ଆଶା ରଖିନଥିଲେ ବୋଲି ବାଳକ ଜଣକ ନିଜ ପ୍ରତିକ୍ରୀୟାରେ କହିବା ସହିତ ଡ଼ା. ରାମଚାନ୍ଦାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଭଳି ପଦକ୍ଷେପ ପାଇଁ ସହକର୍ମୀ ଏବଂ ନାଗରିକ ମାନେ ଡ଼ାକ୍ତରଙ୍କୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.