Home Top News ଏହା ମଧ୍ୟ ଦୀପାବଳିର ଏକ ପ୍ରକାରର ଅନୁଭବ, ଦେଖନ୍ତୁ ଭିଡ଼ିଓ ଦିଅନ୍ତୁ ସନ୍ଦେଶ …

ଏହା ମଧ୍ୟ ଦୀପାବଳିର ଏକ ପ୍ରକାରର ଅନୁଭବ, ଦେଖନ୍ତୁ ଭିଡ଼ିଓ ଦିଅନ୍ତୁ ସନ୍ଦେଶ …

43

ଦୀପାବଳି। ଆଲୋକର ପର୍ବ। କୁହାଯାଏ ଏହା ହିନ୍ଦୁଙ୍କର ଏକ ବଡ଼ ପର୍ବ। କିନ୍ତୁ ଏହାକୁ ମନାଇଥାନ୍ତି ସର୍ବଧର୍ମର ଲୋକେ। ଏହି ପର୍ବରେ ଆଲୋକିତ ହେଇଥାଏ ଭାରତ ବର୍ଷ। ବାଣ ମଧ୍ୟ ଫୁଟାଇ ମନାଇଥାନ୍ତି ଖୁସି। ନା ନା ପ୍ରକାରର ମିଷ୍ଟାନ୍ନ ବାଣ୍ଚିବା ଏବଂ ସେବନ କରି କରି ଲୋକମାନେ ଥକିଯାଇଥାନ୍ତି ପ୍ରାୟତଃ। ସମସ୍ତଙ୍କ ମନରେ ଥାଏ ଆନନ୍ଦ ଉଲ୍ଲାସ ଦୀପାବଳିକୁ ଧୁମଧାମରେ ପାଳନ କରିବା ପାଇଁ। ଏଥିରେ ପିଲାମାନେ, କିଶୋର ଏବଂ କିଶୋରୀ ତଥା ଯୁବକଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦରେ ବାଣ ଫୁଟାଇ ମନେଇଥାନ୍ତି ଦୀପାବଳିର ଆନନ୍ଦର ପର୍ବ। ଅବଶ୍ୟ କେତେକ ସ୍ଥାନରେ ବାଣକୁ ନେଇ ଦୁର୍ଘଟଣା ମଧ୍ୟ ଘଟିଥାଏ ତ କେତେକ ସ୍ଥାନରେ କୌତୁହଳର ଭିଡ଼ିଓ ଦେଖିବାକୁ ମିଳିଥାଏ। ଏହିପରି ଏକ ଭିଡ଼ିଓ ଆପଣ ଦେଖନ୍ତୁ …. ବୋଧ ହୁଏ ହସି ହସି ଆପଣ ଗଡ଼ିଯିବେ। ଏହି ଭିଡ଼ିଓରେ ଶିଶୁଟି ଖୁସିରେ ଏକ ଫୁଟୁକା ଫୁଟାଇବାକୁ ଚେଷ୍ଟା କରୁଛି। କିନ୍ତୁ ଫୁଟୁକାଟି ଶିଶୁର କାନ ପାଖରେ ଫୁଟିଯାଉଛି। ସେ ଏହା ଏପରି ଭାବରେ କାନ ପାଖରେ ଫୁଟିବ ବୋଲି କଦାପି ଆଶା କରିନଥିବ ଶିଶୁ। କିନ୍ତୁ ଫୁଟିଗଲା। ତାପରେ ଶିଶୁଟି ଦୁଇ କାନକୁ ଦୁଇ ହାତରେ ବନ୍ଦ କରି କୋମଳ ସ୍ବରରେ ହଲ୍ଲା କରୁଛି। ଅବଶ୍ୟ ଚୋଟିଆ ଫୁଟୁକା କିଛି କ୍ଷତି କରିନଥିଲା ଶିଶୁର କିନ୍ତୁ ଶିଶୁକୁ କ୍ଷଣିକ ପାଇଁ ଶିଶୁକୁ ଡରେଇଦେବା ସହ ଅବିଭାବକଙ୍କୁ ମଧ୍ୟ ଡରେଇଦେଇଥିବ। କିନ୍ତୁ କିଛି କ୍ଷତି ନ ହୋଇଥିବାର ଜାଣି ସମସ୍ତେ ଏହି ଭିଡ଼ିଓକୁ ସେୟାର କରି ଖୁସିରେ ହସିଥିବେ।

ଏଠାରେ ଆମେ କହିବାକୁ ଚାହିଁବୁଯେ, ଦୀପାବଳିକୁ ବଡ଼ ଆନନ୍ଦ ଉଲ୍ଲାସରେ କରନ୍ତୁ ପାଳନ। ଏହା ଭାଇଚାରର ପର୍ବ। ମିଳନର ପର୍ବ। ଆନନ୍ଦ ବାଣ୍ଟିବାର ପର୍ବ। କିନ୍ତୁ ବାଣ ଫୁଟାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ପାଖରେ ଯଦି ଏପରି କିଛି ଅନନ୍ୟ ଭିଡ଼ିଓ ଅଛି ତେବେ ସେୟାର କରନ୍ତୁ।

https://twitter.com/Gulzar_sahab/status/1582289064559976448

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.