Home କେନ୍ଦୁଝର ଏସିବି ଫାଉଣ୍ଡେସନର ବାର୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ, ସିଦ୍ଧଗୁମ୍ଫାର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶୃତି

ଏସିବି ଫାଉଣ୍ଡେସନର ବାର୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ, ସିଦ୍ଧଗୁମ୍ଫାର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶୃତି

28

ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ଏସିବି ଫାଉଣ୍ଡେସନ କାହାଳିଆଗଡିଆର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ଅଞ୍ଚଳର ଐତିହ୍ୟ ସର୍ବପୁରାତନ ବୋଲି ମତବ୍ୟକ୍ତ କରିବା ସହିତ ସିଦ୍ଧଗୁମ୍ଫାର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ଦେଇଛନ୍ତି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ପୁର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର, ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ କୁମାର ମହାନ୍ତି, ଅବସରପ୍ରାପ୍ତ ସିଟି ସ୍କୁଲ ଅଧ୍ୟକ୍ଷ ଚିନ୍ତାମଣି ପାିଗ୍ରାହୀ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫୁଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏ ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଏସବି ଫାଉଣ୍ଡେସନର ବିଭିନ୍ନ ସାମାଜିକ କାର୍ଯ୍ୟକୁ ପ୍ରସଂଶା କରିଥିଲେ । ଏହି ଅବସରରେ ଏ ଅଞ୍ଚଳର ଆଦର୍ଶ ଶିକ୍ଷକ, ସମାଜସେବୀ, ସଫଳ କୃଷକ, ଯୁବ କୃଷକ, ପାଲା ଗାୟକ, ସାମ୍ବାଦିକ, ଖେଳାଳୀ, ନିର୍ମାଣ ଶ୍ରମିକ, କଣ୍ଠଶିଳ୍ପୀ, ନୃତ୍ୟ ଶିଳ୍ପୀ, ସାହାସକିତା, ସାହିତ୍ୟିକ, କରୋନୋ ଯୋଦ୍ଧା ଭଳି ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶନ କରାଯାଇଥିଲା । ଏଥିରେ ଅମରେଶ ବେହେରା, ଅବିନାଶ ବେହେରା, ଲକ୍ଷ୍ମୀଧର ରାଉତ, ଅମ୍ରିତା ଚିନ୍ମୟୀ ବେହେରା, ପୁଷ୍ପ ପ୍ରୀୟଦର୍ଶନୀ ବେହେରା, ମୋନାଲୀସା ପୃଷ୍ଟି, ଅମ୍ବିକା ବେହେରା, ସୁରେନ୍ଦ୍ର ବେହେରା, ବାବାଜି ଚରଣ ରାଉତ, ଶରତ କୁମାର ବେହେରା, ମନୋରଞ୍ଜନ ପୃଷ୍ଟି, ନରେନ୍ଦ୍ର ବେହେରା, କେଶବ ବେହେରା, ସନ୍ତୋଷ କୁମାର ସାହୁ, ପଙ୍କଜ ତ୍ରିପାଠୀ, ବିଶ୍ୱରଞ୍ଜନ ସାହୁ, ବିଚିତ୍ର ଦାସ, ନିରଞ୍ଜନ ସାହୁ, ଗୋପୀନାଥ ପାଢ଼ୀ, ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.