Home କେନ୍ଦୁଝର ବିଧାୟକଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାଶ

ବିଧାୟକଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାଶ

60

ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଛି । ଆଜି ବିଧାୟକ ଶ୍ରୀ ସେଠୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମାଣ ହେବାକୁ ଥିବା ବାହାରିପୁର କରଗୋଳା ରାସ୍ତାର ଶିଳାନ୍ୟାଶ କରିଥିଲେ । ଏହିରାସ୍ତା ନିର୍ମାଣ ହେବାପରେ କରଗୋଳା, ଗିରିଗାଁ, ଲଇଛଣପୁର ଆଦି ଗ୍ରାମର ଲୋକମାନେ ଯାତାୟତ କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି ବିଧାୟକ କହିଥିଲେ । ଇଂ ରବିନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଭାଗୀୟ କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ ଯୋଗଦେଇ ଥିବାବେଳେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ନାୟକ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଧୁଶାସନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୁର୍ତ୍ତ ବିଭାଗ ଅଧିନରେ ହେବାକୁଥିବା ଶାଳଣିଆଁ ରତକଣା ରାସ୍ତା ପାଇଁ ବିଷ୍ଣୁପୁର ଠାରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ଏହିରାସ୍ତା ନିର୍ମାଣ ଦ୍ୱାରା ଅଞ୍ଚଳବାସୀଙ୍କ ବହୁଦିନର ଦାବି ପୁରଣ ହେଲା ବୋଲି ବିଧାୟକ ମତପୋଷଣ କରିଥିଲେ । ନିକୁଞ୍ଜ ବିହାରୀ ଓଝା, ଉମାକାନ୍ତ ଜେନା, ଗଗନ ବିହାରୀ ଭୂୟାଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସହକାରୀ ଯନ୍ତ୍ରୀ କେଳୁ ଚରଣ ଦଳେଇ , କନିଷ୍ଠଯନ୍ତ୍ରୀ ଲିପୁ ଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଭୁବନ ଓଝା, କୁନା ବ୍ରହ୍ମ, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ଶିଶିର କୁମାର ବେହେରା,ଶାଳଣିଆଁ ସରପଞ୍ଚଶ୍ରୀଧର ବେହେରା, ଅନାଥ ନାୟକ ନିର୍ମଳ କୁମାର ସେଠୀ, ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି ଡଅଁର ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେବାକୁ ଥିବା ଡଅଁର-ଜୋରାଗଡିଆ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ସୁବାସ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ପ୍ରତାପ ଦେଓ, ରଞ୍ଜନ କୁମାର ପହି, ହିମାଶୁଂ ଦେଓ, ସୁଧିର ଜେନା, କିଶୋର ଜେନା, ମନୋଜ ବେହେରା,ହିମାଂଶୁ ପହି, ଚନ୍ଦ୍ରମଣି ଦେଓ, ରବିନ୍ଦ୍ର ନାୟକ, ଧ୍ରୁବ ଚରଣ ରାଉତଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.