Home ଓଡ଼ିଶା ଟଙ୍କା ବଣ୍ଟାବେଳେ ପିଇଓ ଜିଆରଏସଙ୍କୁ ର୍ଦୁବ୍ୟବହାର

ଟଙ୍କା ବଣ୍ଟାବେଳେ ପିଇଓ ଜିଆରଏସଙ୍କୁ ର୍ଦୁବ୍ୟବହାର

58

ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ରେସନକାର୍ଡ ହିତାଧିକାରୀଙ୍କୁ ଟଙ୍କା ବଣ୍ଟାବେଳେ ପିଇଓ ଜିତେନ୍ଦ୍ର ଜେନା ଓ ଜିଆରଏସ ଗୋଲଖ ନାଏକଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ରେକଡ୍ରପତ୍ର ନେଇଯିବାକୁ ଛଡାଛଡି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟୁ ଥିବାବେଳେ ମଧୁବନ ଗ୍ରାମର କାହ୍ନୁ ଚରଣ ଜେନା ସେଠାରେ ଏକ ନୁଆ କାର୍ଡଧରି ପହଞ୍ଚି ମୋତେ ଏହି କାର୍ଡରେ ପଇସା ଦିଅ ବୋଲି ଦାବି କରିଥିଲେ । ପିଇଓ ଏବଂ ଜିଆରଏସ ତାଙ୍କୁ ଏôତରେ ଟଙ୍କା ଆସି ନାହିଁଁ ବୋଲି ଯେତେ ବୁଝାଇଲେବି ସେ ନମାନି ପିଇଓ ଏବଂ ଜିଆରଏସଙ୍କୁ ର୍ଦୁବ୍ୟବହାର ଦେଖାଇବା ସହିତ ରେକର୍ଡପତ୍ର ଫୋପଡା ଫୋପଡି କରିଥିଲେ । ଏପରିକି ଉଭୟଙ୍କୁ ଅଫିସ ଭିତରେ ପୁରାଇ କବାଟ କିଳି ଦେଇଥିଲେ । ପରେ ସରପଞ୍ଚ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିବାବେଳେ ପିଇଓ ଜିଆରଏସ ଏନେଇ ବିଡିଓଙ୍କୁ ଜରାଇବା ସହିତ ସୋସୋ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.