Home ଜିଲ୍ଲା ପରିକ୍ରମା ତଳକୁ ଖସିଲା ଆଳୁ ଟ୍ରକ, ପୁଲିସ ଭ୍ୟାନରେ ଆଳୁବସ୍ତା!

ତଳକୁ ଖସିଲା ଆଳୁ ଟ୍ରକ, ପୁଲିସ ଭ୍ୟାନରେ ଆଳୁବସ୍ତା!

91

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଆଳୁ ବୋଝେଇ ଟ୍ରକ ପ୍ରାୟ ୧୦ ଫୁଟ ତଳକୁ ଖସି ଓଲଟି ପଡିଥିଲା । ପଶ୍ଚିମବଙ୍ଗରୁ ପାଣିକୋଇଲି ଆଡକୁ ଯାଉଥିବା ଡବ୍ଲୁବି ୨୩ ଡି ୭୮୭୩ ନଂ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଏଥିରେ ଟ୍ରକର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିଲେ । ମାତ୍ର ଟ୍ରକରେ ବୋଝେଇ ହୋଇଥିବା ଆଳୁବସ୍ତାଗୁଡିକ ବିଚ୍ଛୁରିତ ହୋଇପଡିଥିଲା । ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ପାଟ୍ରୋଲିଂ ଦଳ ସେଠାରେ ପହଞ୍ôଚ ଲୋକଙ୍କୁ ଘଉଡାଇବା ସହ କେତେକ ଆଳୁ ବସ୍ତା ପୁଲିସ ଗାଡିରେ ବୋଝେଇ କରିଥିଲେ । କୌଣସି ବ୍ୟକ୍ତି ଏହି ଦୃଶ୍ୟକୁ ଉତ୍ତୋଳିତ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ କରିବା ପରେ ଏହା ଭାଇରାଲ ହୋଇଛି । ଦୁର୍ଘଟଣାରେ ପୁଲିସର ଭୂମିକାକୁ ନେଇ ନାନା ମନ୍ତବ୍ୟ ମିଳିବାରେ ଲାଗିଛି । ନୂତନ ଭାବେ ଯୋଗଦେଇଥିବା ଥାନାଧିକାରୀ ଅମିତାଭ ଦାଶ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବା ସହ ଏଥିନେଇ ପୁଲିସ କର୍ମଚାରୀଙ୍କୁ ତାଗିଦ କରିଛନ୍ତି । ଆଳୁବସ୍ତା ପୁଲିସ ଭ୍ୟାନରେ ବୋଝେଇ କରାଯାଇ ଅନ୍ୟ ଏକ ଯାନକୁ ପରିବହନ କରାଯାଉଥିଲା ବୋଲି ଥାନାଧିକାରୀ ଶ୍ରୀ ଦାଶ ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.