Home ଜିଲ୍ଲା ପରିକ୍ରମା ପ୍ରମୋଦ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି

ପ୍ରମୋଦ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି

28

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ପ୍ରମୋଦ(ଦିଲୁ)କୁ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଛି । କରଞ୍ଜମାଳ ପଂଚାୟତ ଅଧିନସ୍ଥ ପୂର୍ବତନ ସରପଂଚ ତଥା ଧାମରା ୮ପଂଚାୟତର ଶାସକ ଦଳର ନେତା ରମେଶ ନାୟକ ଏବଂ ଅଂଚଳର ସର୍ବ ସମ୍ମତି କ୍ରମେ ପ୍ରମୋଦଙ୍କୁ ଏଥି ପାଇଁ ମନୋନୀତ କରାଯାଇଛି । ଫଳରେ ଆଗାମୀ ଦିନରେ ଧାମରା ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରମୋଦ ନିଜର ଆପ୍ରାଣ ଉଦ୍ୟମ କରିବେ ବୋଲି ମତପୋଷଣ କରିଛନ୍ତି । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ସମସ୍ତ ଦଳୀୟ ସାଙ୍ଗଠନିକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ବେଳେ ତାଙ୍କର ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟ ପକ୍ଷରେ ନିଜର ଏହି ନିଯୁକ୍ତି ପାଇଁ ସେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ,କରଞମାଳ ପୂର୍ବତନ ସରପଂଚ ରମେଶ ନାୟକ ,ଅନୀଲ ନାୟକ ତଥା୯ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ବିଳାସିନୀ ଦାସ ଏବଂ ତାଙ୍କ ପ୍ରତିନିଧି ପରୀକ୍ଷିତ ଦାସ ତଥା ଦଳୀୟ ନେତୃବୃନ୍ଦଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.