Home ଅନୁଗୁଳ ଏମ୍‌.ସି.ଏଲ୍ କଳିଙ୍ଗ ଡିଏଭିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଏମ୍‌.ସି.ଏଲ୍ କଳିଙ୍ଗ ଡିଏଭିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

87

ତାଳଚେର,୧୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଏମ୍‌.ସି.ଏଲ୍ କଳିଙ୍ଗ ଡିଏଭି ସ୍କୁଲର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋରନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ଉତ୍ସବକୁ ଇ-ସମାବେଶ ଜରିଆରେ ଭର୍ଚୁଆଲ ବା ଅନ୍‌ଲାଇନ୍ ମାଧ୍ୟମରେ ପାଳନ କରାଯାଇଥିଲା । ପ୍ରାରମ୍ଭରେ ଡିଏଭି ଗାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଅଳ୍ପ ସଂଖ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମକର୍ତାଦ୍ୱାରା ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ବାସଗୃହ ପରିସରରେ ମଧ୍ୟ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଏହାସହିତ ବିଦ୍ୟାଳୟ ପରିସରରେ ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ତଥା ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ପି.ବି.ରେଡ୍ଡୀ ଟେଲି ସମ୍ବାଦ ମାଧ୍ୟମରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀମାନେ ନିଜ ନିଜର ବାସଗୃହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏହାପରେ ଡିଏଭି ଓଡିଶା ଜୋନ୍‌-୨ର ଆଂଚଳିକ ଅଧିକାରୀ ଲୋକନାଥ ପ୍ରଧାନ ନିଜର ବାର୍ତା ପ୍ରେରଣ କରିବା ସହ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତକୁ ୟୁ-ଟ୍ୟୁବ ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଏହି ଉତ୍ସବରେ କୋଭିଡ ନିୟମକୁ ପାଳନ କରା ଯାଇଥିବା ବେଳେ ଶୈକ୍ଷିକ ପ୍ରଭାରୀ ଇତିଶ୍ରୀ ସାମଲ,ପ୍ରଦୀପ କୁମାର ମହାନ୍ତି,ମାନସ ରଞ୍ଜନ ପୃଷ୍ଟି,କୃଷ୍ଣା ମହାନ୍ତି,ଡଃ କ୍ରିଷ୍ଣା କହ୍ନେୟା ଆଚାର୍ଯ୍ୟ,ବିକାଶ ଚନ୍ଦ୍ର ଭୋଇ,ପବିତ୍ର ମୋହନ ଶତପଥୀ, ଦେବୀ ପ୍ରସାଦ ପ୍ରଧାନ,ସୌମ୍ୟଦର୍ଶନୀ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.