Home ଅନୁଗୁଳ ରେମୁଆଁ ଅଂଚଳର ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ରେମୁଆଁ ଅଂଚଳର ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

117

ତାଳଚେର,୧୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୌର ପରିଷଦ ଅନ୍ତର୍ଗତ ରେମୁଆଁ (ୱାର୍ଡ ନଂ-୧୨) ଅଂଚଳର ଭୂମିହୀନମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନିମନ୍ତେ ରେମୁଆଁ ଗ୍ରାମ୍ୟ କମିଟି ପକ୍ଷରୁ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନେ ଉକ୍ତ ପତ୍ରରେ ଅଭିଯୋଗ କରିଛନ୍ତି ଯେ, ରେମୁଆଁ ଅଂଚଳର ନୂଆସାହି ବସ୍ତିବାସିନ୍ଦା ଜଙ୍ଗଲ କିସମରେ ଆଜକୁ ପ୍ରାୟ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ବସବାସ କରି ସପରିବାର ରହୁଅଛନ୍ତି । କିନ୍ତୁ ସେମାନଙ୍କୁ ଭୂମିହୀନ ଭାବରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ନାହିଁ । ଯଦିଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଚଂଳରେ ବାସ କରୁଥିବା ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯିବା କଥା । କିନ୍ତୁ ପଟ୍ଟା ନଥିବାରୁ ପିଲାମାନେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର,ଜାତିଗତ ପ୍ରମାଣ ତ୍ର ଓ ସରକାରଙ୍କ ସମସ୍ତ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏହି ଦାବୀପତ୍ରର ନକଲ ଢେଙ୍କାନାଳ ଲୋକସଭା ସାଂସଦ,ତାଳଚେର ବିଧାୟକ, ସ୍ଥାନୀୟ ଉପଜିଲ୍ଲାପାଳ,ସ୍ଥାନୀୟ ତହସିଲ୍‌ଦାର ଏବଂ ତାଳଚେର ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଗ୍ରାମ୍ୟ କମିଟିର ସଂପାଦକ ତଥା ଯୁବ ସମାଜସେବୀ ନାରାୟଣ ସେଠୀ (ସୁଲେଖ)ଙ୍କ ନେତୃତ୍ୱରେ ସଭାପତି ବାବୁଲାଲ ଖଣ୍ଡୁଆଳ, କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଖଣ୍ଡୁଆଳ,ମୀନତି ଶତପଥି,ପାଂଚାଳି ନାଥ,ଲିଲି ଦାସ,ଲୀଳା ନାଥ,ଚନ୍ଦ୍ରିକା ନାଥ,ଅଲି ବେହେରା,ମଞ୍‌ୁଲତା ବାଇ ପ୍ରମୁଖ ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.