Home Coronavirus Outbreak ଆଜି ଫ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ – ଏହିପରି ଜାଣିବେ ରେଜଲ୍ଟ

ଆଜି ଫ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ – ଏହିପରି ଜାଣିବେ ରେଜଲ୍ଟ

1133

ନୂଆଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଆଜି କାଲି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ୍‌ ନିଶାଙ୍କ ଟ୍ୱିଟକରି ଗତକାଲି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ବୋର୍ଡ ଗତ ମାସରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲା ଯେ ଉଭୟ ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷାର ଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ।

କରୋନାଭାଇରସ୍ ରୋଗ (COVID-୧୯) ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷାର ମେରିଟ୍‌ ଲିଷ୍ଟ ଘୋଷଣା ନକରିବାକୁ ନିଷ୍ପତ୍ତି ନେଇଛି। ସେହିପରି, ଶୁକ୍ରବାର ଦିନ ଘୋଷିତ ହୋଇଥିବା ICSE ପରୀକ୍ଷା ଫଳ ପାଇଁ କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଏସ୍ଏସ୍ଇ) ମଧ୍ୟ ଏହି କାରଣରୁ ‘କରୋନାଭାଇରସ୍ କାରଣରୁ ଅସାଧାରଣ ପରିସ୍ଥିତି’ ଦର୍ଶାଇ ମେରିଟ୍ ଲିଷ୍ଟ କିମ୍ବା ଟପ୍ପର ତାଲିକା ପ୍ରକାଶ କରି ନାହିଁ।

ପ୍ରଥମ ଥର ପାଇଁ ପରୀକ୍ଷା ବୋର୍ଡ ଏଭଳି ପଦକ୍ଷେପ ନେଇଛି।

ଏହି ବର୍ଷ ବୋର୍ଡ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାଙ୍କନ କରିବା ଏବଂ ପରୀକ୍ଷା ଫଳ ପ୍ରସ୍ତୁତ କରିବା ପାଇଁ ‘ସଂଶୋଧିତ ମୂଲ୍ୟାଙ୍କନ ଯୋଜନା’ ଅନୁସରଣ କରିଛି ବୋର୍ଡ଼।

ସିବିଏସ୍ଇର ମୂଲ୍ୟାଙ୍କନ ଯୋଜନା ଅନୁଯାୟୀ, ବୋର୍ଡ ପରୀକ୍ଷାର ଶେଷ ତିନୋଟି ପରୀକ୍ଷା ଖାତାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମିଳିଥିବା ମାର୍କକୁ ବିଚାର କରାଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE ସୋମବାର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରିଛି। ଏଥର ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ ହୋଇଛନ୍ତି। ଗତ ବର୍ଷ ତୁଳନାରେ ଏହି ଫଳାଫଳ ୫.୩୮ ପ୍ରତିଶତ ଅଧିକ।

ତେବେ, ବର୍ତ୍ତମାନ ସମସ୍ତଙ୍କ ନଜରରେ CBSE ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ କେବେ ଘୋଷଣା କରିବ। ଏଥର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଆଶା କରାଯାଉଛିଯେ, ବୋର୍ଡ ଆଜି ଜୁଲାଇ ୧୪, ମଙ୍ଗଳବାର ଦିନ ଦଶମ ଫଳାଫଳ ଘୋଷଣା କରିପାରେ। ଛାତ୍ରଛାତ୍ରୀ ବୋର୍ଡ cbseresults.nic.in ର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ଜାଣି ପାରିବେ।

କୌଣସି ମେରିଟ୍‌ ଲିଷ୍ଟ ଜାରି କରିବ ନାହିଁ

ସିବିଏସ୍ଇ ବୋର୍ଡ ଚଳିତ ବର୍ଷ ମେରିଟ୍ ଲିଷ୍ଟ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେଇଛି। ଦ୍ୱାଦଶର ଫଳାଫଳ ଘୋଷଣା ପରେ ମଧ୍ୟ ବୋର୍ଡ ମେରିଟ୍ ତାଲିକା ପ୍ରକାଶ କରିନାହିଁ, ଏବଂ ବର୍ତ୍ତମାନ ଦଶମ ଫଳାଫଳର ମେରିଟ୍ ତାଲିକା ମଧ୍ୟ ପ୍ରକାଶ ପାଇବ ନାହିଁ।

ଏହି ପରି ରେଜଲ୍ଟ ଚେକ୍ କରନ୍ତୁ।

ଷ୍ଟେପ୍ ୧ : ଅଫିସିଆଲ୍ ୱେବସାଇଟ୍ cbse.nic.in କିମ୍ବା cbseresults.nic.in କୁ ଯାଆନ୍ତୁ।

ଷ୍ଟେପ୍ ୨: ୱେବସାଇଟର ମୂଳପୃଷ୍ଠାରେ ଦିଆଯାଇଥିବା ଫଳାଫଳର ଲିଙ୍କରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୩: ଏଠାରେ ଏକ ନୂତନ ପୃଷ୍ଠା ଖୋଲିବ ଏବଂ ଆପଣଙ୍କର ରୋଲ୍ ନମ୍ବର ଲେଖିବେ।

ଷ୍ଟେପ୍ ୪: ଆପଣଙ୍କର ଫଳାଫଳ ସ୍କ୍ରିନ୍‌ରେ ଦେଖାଯିବ।

ଷ୍ଟେପ୍ ୫: ଫଳାଫଳ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପ୍ରିଣ୍ଟ୍ କରନ୍ତୁ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.