Home ଅନୁଗୁଳ ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

31

ତାଳଚେର, ୨୦/୬ (ଓଡ଼ିଆ ପୁଅ/ଅଜିତ ମହାନ୍ତି) : ତାଳଚେର ବ୍ଲକସ୍ଥିତ ଏମ୍‌ସିଏଲ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ-୨୦୨୨ ସ୍ଥାନୀୟ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ସିଏସ୍‌ଆର୍‌ର ସହପ୍ରବନ୍ଧକ ପବିତ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ, ଗୁରମା ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତା କରିଥିଲେ। ସହପ୍ରବନ୍ଧକ ଶ୍ରୀ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରି ଏମ୍‌ସିଏଲ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ସ୍ୱଚ୍ଛତା ପକ୍ଷ ପାଳନ କରାଯିବା ଅବସରରେ ପରିବେଶ ସଂରକ୍ଷଣ, ବୃକ୍ଷରୋପଣ, ପ୍ଲାଷ୍ଟିକକୁ ବର୍ଜନ କରିବା ନିମନ୍ତେ ବ୍ୟାପକ ଜନ ସଚେତନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଅତିଥି ଭାବରେ ଇଂ.ବିନୋଦ କୁମାର ସାମଲ, ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପଲିଥିନ୍ ମୁକ୍ତ ସମାଜ ଗଠନ ପାଇଁ ତୃଣମୂଳସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ସାମୁହିକ ଶପଥ ପାଠ କରାଯାଇଥିଲା। ଏହାସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏମସିଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ଝୋଟ ନିର୍ମିତ ବ୍ୟାଗ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାକେଶ ଜ୍ୟୋତିଷ, ନିଖିଲ ନିରଞ୍ଜନ ମହାନ୍ତି, ବିଶ୍ୱଜିତ୍ ଦାସ, ନିଖିଳ କୁମାର ଦାସଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ, ତ୍ରିଲୋଚନ ବେହେରା, ଦମୟନ୍ତୀ ନନ୍ଦ, ବୀଣାପାଣି ବାରିକ, ସରିତା ନାୟକ, ମୋନାଲିସା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଆଚାର୍ଯ୍ୟ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.