Home ଜିଲ୍ଲା ପରିକ୍ରମା ଆଇଏଲ୍ ପିଏଫ୍ ର କୋଭିଡ ରିଲିଫ୍ ଖାଦ୍ୟ ବଣ୍ଟନ ଆରମ୍ଭ

ଆଇଏଲ୍ ପିଏଫ୍ ର କୋଭିଡ ରିଲିଫ୍ ଖାଦ୍ୟ ବଣ୍ଟନ ଆରମ୍ଭ

121

ଭୁବନେଶ୍ବର / ନୂଆଦିଲ୍ଲୀ / ଲଣ୍ଡନ ୧୮।୫ (ଓଡ଼ିଆ ପୁଅ) : କରୋନା ମହାମାରୀ ପ୍ରକୋପ ଏବଂ ଲକଡାଉନ ଓ ସଟଡାଉନ୍ ରାଜ୍ୟବାସୀ ତଥା ଦେଶ ବାସୀଙ୍କ ଜୀବନ ଶୈଳୀକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି ମହାମାରୀ ଆକ୍ରାନ୍ତ ରୋଗୀର କରୁଣ ଅବସ୍ଥା ହୃଦୟ ବିଦାରକ। ଆଜି ମନୁଷ୍ୟ ପ୍ରାୟ ନିଜର ଆତ୍ମୀୟ ସଜନ ଙ୍କୁ ହରାଇ ଦୁଃଖ ସମୁଦ୍ରରେ ନଡ଼ା ଖିଅର ସାହାଯ୍ୟ ପାଇଁ ପ୍ରତ୍ୟେକ ମୁହୁର୍ତ୍ତରେ ଆଶାବାଦୀ। ଚିକିତ୍ସାଳୟରେ ରୋଗ ସହିତ ଯୁଦ୍ଧ କରୁଥିବା ମନୁଷ୍ୟର ଆତ୍ମୀୟ ସଜନ ଙ୍କୁ ନା ତାଙ୍କଦେଖିବାର ସୁଯୋଗ ମିଳିଥାଏ, ନା ତାଙ୍କ ପାଖରେ ପହଁଚିବା ପାଇଁ ସାଧନ ମିଳିଥାଏ। ନା ଖାଦ୍ୟ ଏପରିକି ପାଣି ଟୋପାଏ ମଧ୍ୟମିଳି ନଥାଏ। ଆଧୁନିକ ଦୁନିଆରେ ଉତ୍ତମ ଭୋଜନାଳୟ ଓ ଅନଲାଇନ ଜରିଆରେ ଆହାର କ୍ରୟର ସୁବିଧା ଉପଲବ୍ଧ ଥିଲେ ମଧ୍ୟ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଅନେକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆହାର ବଣ୍ଟନର ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀଙ୍କ ଆତ୍ମୀୟ ସଜନ ଅପେକ୍ଷାରତ ରହି ଉକ୍ତ ସୁବିଧା ପାଇ ପାରୁ ନାହାନ୍ତି। ଉକ୍ତ ସମସ୍ୟା ମାନଙ୍କୁ ବିଶେଷ ଭାବେ ଅନୁଧ୍ୟାନ ଓ ହୃଦୟଙ୍ଗମ କରି ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ(ଆଇଏଲ୍ ପିଏଫ୍) ଓ ସିଆରପିଟିଏସ୍ ଏକ ସ୍ବେଚ୍ଛାସେବୀ ସଂଗଠନ ନିଜର ସ୍ବେଚ୍ଛା ସେବକ ମାନଙ୍କ ଦ୍ବାରା ସାହାଯ୍ୟ ଓ ଅନୁକମ୍ପାର ହସ୍ତ ବିସ୍ତାରଣ କରିଛି। ସଂଗଠନର କାଯ୍ୟର୍କର୍ତ୍ତା ଭୁବନେଶ୍ବର ପୌରପାଳିକା କୋଭିଡ଼ ନିୟମ ଅବଲମ୍ବନ ପୂର୍ବକ ସଫାସୁତୁରା ସୁଷମ ଖାଦ୍ୟକୁ ପୁଡ଼ିଆ କରି କୋଭିଡ଼ ନିୟମ ଅନୁସାରେ ଚିକିତ୍ସାଳୟ ମାନଙ୍କ ସମ୍ମୁଖରେ ବଣ୍ଟନ କରିବାକୁ ପ୍ରସ୍ତୁତ ହୋଇଛି। ଯାହାର ଶୁଭାରମ୍ଭ ତା୧୮ ମଇ ୨୦୨୧ ରିଖ ମଙ୍ଗଳବାର ଦିନ ପଟିଆ ସ୍ଥିତ କିମ୍ସ ଚିକିତ୍ସାଳୟରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ଗ୍ରାମୀଣ ଓ ଉପଗ୍ରାମୀଣ ସ୍ତରରେ ମଧ୍ୟ କରାଯିବ।

ଉମାକାନ୍ତ ପାଢ଼ୀ ଜଣେ ସିଭିଲ ଇଂଜିନିୟର ତଥା ଆଇଏଲ୍ ପିଏଫର ଟ୍ରଷ୍ଟି, ନିଜର ଦୃଢ଼ ମନୋବଳ, ଉଦାରତା ଓ ପରୋପକାର ସ୍ବଭାବ ଉତ୍ସପୂର୍ବକ ଏହି ମହାମାରୀର ବିଭତ୍ସ ଋପକୁ ଅଣଦେଖା କରି ଦିବାରାତ୍ରୀ ସହଯୋଗୀ ମନୋରଞ୍ଜନ ମହାରଣା, ବିମଳ ଦାଶ, ଗାର୍ଗୀ ରାଉତ ଓ ମଧୁସ୍ମୀତା ବାରିକ ଙ୍କ ସହଯୋଗରେ ଲୋକ କଲ୍ୟାଣ ନିମିତ୍ତ କର୍ମ ପଥରେ ଆଗେଇ ଚାଲିଛନ୍ତି।

ଏହୀ ସଂଗଠନ କୁ ୯୦୭୮୭୦୦୧୧୧/୯୯୩୭୩୯୬୭୯୬ ନଂ ରେ ଯୋଗାଯୋଗ କଲେ ଯେକୌଣସି ସମୟରେ ସମସ୍ୟାର ସମାଧାନ ସହ ସାହାଯ୍ୟ ମିଳି ପାରିବ। କରୋନା ରୋଗୀ ମାନଙ୍କର ସଂଖ୍ୟା ବର୍ଦ୍ଧନ, ଚିକିତ୍ସାଳୟର ଅଭାବ। ଶତକଡ଼ା ୮୦ ପ୍ରତିଶତର ଅଧିକ ରୋଗୀ ବିନା ଲକ୍ଷଣ କିମ୍ବା ଅଳ୍ପ ଲକ୍ଷଣ ଯୁକ୍ତ ଏବଂ ଲକଡାଉନ ସମୟର। ଏ ସମସ୍ତ ଚାପରେ ଆକ୍ରନ୍ତ ଳୋକ ମାନଙ୍କ ପାଇଁ ଏକ ଭଲ ଖବର ହେଉଛି ବିନା ଲକ୍ଷଣ କିମ୍ବା ଅଳ୍ପ ଲକ୍ଷଣ ଯୁକ୍ତ ରୋଗୀ ମାନେ ଘରେ ରହି ସକାଳ ୯ ଘଟିକା ଠାରୁ ରାତ୍ରି ୧୦ ଘଟିକା ମଧ୍ୟରେ ୯୩୪୮୮୬୪୩୨୭/ ୮୦୧୮୨୪୦୯୬୬/୯୭୭୭୭୦୭୬୬୮/୭୮୭୩୨୦୭୬୯୫ ନଂ ରେ ସଂପର୍କ କଲେ ଉତ୍ତମ ଚିକିତ୍ସା ପାଇପାରିବେ। ଦିଲ୍ଲୀ, ପୁନେ , ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଲକ୍ଷ୍ନୌ , ଚଣ୍ଡିଗଡ଼, ଗୁରୁଗ୍ରାମ , ଓଡ଼ିଶା ତଥା ଭାରତ ବାହାରୁ ଚିକିତ୍ସକ ମାନେ ଗତ ଦୁଇ ସପ୍ତାହ ହେଲା ୫୦୦ ରୁ ଅଧିକ ରୋଗୀ ମାନଙ୍କର ଚିକିତ୍ସା କରି ଆସୁଛନ୍ତି।

ସଂଗଠନ ପାଇଁ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ମାନଙ୍କର ଉତ୍ସାହ ବୃଦ୍ଧି ଓ ସେମାନଙ୍କୁ ଶୁଭକାମନା ନିମିତ୍ତ ଏକ ଭରଚୁଆଲ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଏମ୍ ଅକ୍ଷୟ(ଆଇଏଫଏସ୍) ସଞ୍ଜୟ ସିଂହ( ଆଇଆରଏସ୍) ଅଂଶୁମାନ ପଟ୍ଟନାୟକ(ଆଇଆରଏସ୍) , ପୂର୍ବତନ ଆର୍ନ୍ତର୍ଜାତୀୟ କ୍ରିକେଟର ଗଗନ ଖୋଡ଼ା, ପ୍ରମୁଖ ଯୋଗଦାନ କରିଥିଲେ। ନିତି ଆୟୋଗ କର୍ମକର୍ତ୍ତା ରବିନ୍ଦ୍ର ପ୍ରତାପ ସିଂ ଓ ଡ ମୋଦନ ମୋହନ ସେଠୀ(ଆଇଏଫଏସ) ସ୍ବାଗତ ଭାଷଣ ଦେଇଥିବାବେଳେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରସନ୍ନ କୁମାର ହୋତା(ଆଇଏଏସ୍) ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ , ଆଇଏଲ୍ ପିଏଫ୍ ର ଏଭଳି ମାନବିକ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ସମସ୍ତ ପ୍ରକାର ସହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଅନଲାଇନ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ରାକେଶ କୁମାର, କୃପାନିଧି ବିଶ୍ୱାଳ, ପୀତବାସ ମିଶ୍ର, ଗଜେନ୍ଦ୍ର ସାହୁ, ସୁକାନ୍ତ ସାହୁ, ହୃଷିକେଶ ପାତ୍ର ଓ ଚିତାତ୍ମୀକା ଖଟ୍ଟୁଆ ପ୍ରମୁଖ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.