Home ଓଡ଼ିଶା ଏବେ ନୟାଗଡରୁ ଭୁବନେଶ୍ଵର କୁ ଟ୍ରେନ

ଏବେ ନୟାଗଡରୁ ଭୁବନେଶ୍ଵର କୁ ଟ୍ରେନ

138

ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଏବେ ନୟାଗଡରୁ ଆସୁଥିବା ଯାତ୍ରୀଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି । କାରଣ ଏବେ ନୟାଗଡ଼ରୁ ଭୁବନେଶ୍ୱରକୁ ଚାଲିବ ଟ୍ରେନ୍‌ । ଆଉ ନୟାଗଡ଼ ଭୁବନେଶ୍ୱର ସେବା ଏକ୍ସପ୍ରେସ୍‌ ଟ୍ରେନ୍‌ ନାଁରେ ଏହି ଟ୍ରେନ୍‌ ଚଳାଚଳ କରିବ । ତେବେ ଆସନ୍ତା ଅକ୍ଟୋବର ୧୫ରୁ ଏହି ନୟାଗଡ଼ ଭୁବନେଶ୍ୱର ସେବା ଏକ୍ସପ୍ରେସ୍‌ ଚଳାଳଚ ଆରମ୍ଭ ହେବା ବୋଲି ସୂଚନା ମିଳିଛି ।

ତେବେ ଭୁବନେଶ୍ୱରରୁ ନୟାଗଡ଼ ମଧ୍ୟରେ ଏହାର ଷ୍ଟପେଜ୍‌ ଗୁଡ଼ିକ ହେଲା, ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, ଖୋର୍ଦ୍ଧା ଟାଉନ୍‌, ବେଗୁନିଆ, ରାଜସୁନାଖାଳା, ବୋଲଗଡ଼ ରୋଡ ଟାଉନ୍‌ ପରେ ଶେଷରେ ନୟାଗଡ଼ ଟାଉନ୍‌ରେ ଅଟକିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.